ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ 

ଏସସିବି ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଥିଲେ। ଗତ ୨୧ ତାରିଖ ଦିନ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ତାଙ୍କୁ ଆଡ଼ମିଶନ କରାଯାଇ ଅସ୍ତ୍ରୋପଚାର କରାଯାଇଥିଲା। ପରେ ତାଙ୍କୁ ସର୍ଜରୀ ବିଭାଗର ସ୍ବତନ୍ତ୍ର କ୍ଯାବିନରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ସେ ସୁସ୍ଥ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି। ଏ ନେଇ ଏସସିବି ମେଡିକାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକାଲ କଲେଜ ଆସିଷ୍ଟାଣ୍ଟ ସୁପରିଣ୍ଟେଡେଣ୍ଟ ଡାକ୍ତର ଜ୍ୟୋତିର୍ମୟ ନାୟକ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ