ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁସ୍ଥ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇ ନବୀନ ନିବାସକୁ ଫେରିଛନ୍ତି। ଡିହାଇଡ୍ରେସନ ଯୋଗୁ ଗତ ୧୭ ଅଗଷ୍ଟ ଅପରାହ୍ନରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସା ନେଉଥିଲେ। ତେବେ ସେ ଭଗବାନଙ୍କ ପାଖରେ ଓଡ଼ିଶାବାସୀଙ୍କ ପ୍ରାର୍ଥନା ପାଇଁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏହାସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହସପିଟାଲରୁ ନବୀନ ଡିସଚାର୍ଜ ହେବାବେଳେ ବିଜେଡିର ନେତା ଓ କର୍ମୀ ସହ ଭି କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ |
