ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ ବାଲି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍‌ଆଇ କୋର କମିଟି। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଭୂମିପୂଜା ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍‌ଫର୍ମ, ଆଇରନ୍‌ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ ସୁରକ୍ଷିତ ଯାତାୟତ ପାଇଁ ତିଆରି ହୋଇଥିବା ଆଇରନ୍‌ ସିଡ଼ି ଯାଞ୍ଚ କରିଥିଲେ।

ଇତି ମଧ୍ୟରେ ସିଡି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତଥାପି ବାଲି କାଢ଼ିବା ପାଇଁ ଚାଲିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ।ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟ୍‌ର ଏକ ଗର୍ତ୍ତ ଖୋଳା ଯିବ। ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବ। ୩ ବର୍ଷ ମଧ୍ୟରେ ବାଲି କାଢ଼ିବା ପକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ପୂର୍ବତନ ଏଏସଆଇ ସୁପରିଡେଣ୍ଟଟ ଅରୁଣ ମଲ୍ଲିକ ସୂଚନା ଦେଇଥିଲେ ।

ଅଧିକ ପଢନ୍ତୁ