ସେକେଣ୍ଡ ଲାଙ୍ଗୁଏଜ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଖୁବ୍ ସତର୍କତା ଅବଲମ୍ବନ କରିବ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଜରିଆରେ ଅନେକ ସଫଳତା ମିଳିଛି । ତେଣୁ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରମାନଙ୍କରେ ଆଗକୁ ଆଉ ସେଭଳି ବିଭ୍ରାଟ ହେବନାହିଁ ବୋଲି ଆଶା ପ୍ରକଟ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ କେତେକ ପରୀକ୍ଷାକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭିଲାନ୍ସ ଅବଗତ କରାଇଛି। ପରୀକ୍ଷା ଡ୍ୟୁଟିରେ ଥିବା ଏଥିରେ ସମ୍ପୃକ୍ତ ଅଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ମୁଖ୍ୟାଳୟର କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି କ୍ୟାମେରା ଦ୍ୱାରା ଅବ୍ୟବସ୍ଥା ସୂଚିତ ହେବା ପରେ ବୋର୍ଡ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

୫ଟି ଜିଲାର ୮ଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଅବ୍ୟବସ୍ଥା ଓ ଅନିୟମିତତାକୁ ବୋର୍ଡ ରେକର୍ଡ କରିଛି। ତନ୍ମଧ୍ୟରେ କଟକ ଜିଲାର ନରସିଂହପୁରସ୍ଥିତ ଏ.ଏନ୍‌. ହାଇସ୍କୁଲ, କାନପୁର ବାଳିକା ହାଇସ୍କୁଲ, ଜନାର୍ଦ୍ଦନପୁରସ୍ଥିତ ଚିତ୍ରୋତ୍ପଳା ନୋଡାଲ ହାଇସ୍କୁଲ, ପ୍ରାଚୀ ଏକାଡେମୀ, କଳାହାଣ୍ଡି ଜିଲା କୋକସରାସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ, ଢେଙ୍କାନାଳ ଜିଲା ମେରାମୁଣ୍ଡଳିସ୍ଥିତ ଅରୋବିନ୍ଦ ବିଦ୍ୟାମନ୍ଦିର, ପୁରୀ ଜିଲା ପିପିଲି ନୋଡାଲ ହାଇସ୍କୁଲ ଓ ନୟାଗଡ଼ ଜିଲା ରଣପୁରସ୍ଥିତ ବି. ସି. ହାଇସ୍କୁଲ ଅନିୟମିତତା ତାଲିକାଭୁକ୍ତ ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକ ଓ କଟକ ଜିଲା ପୋଲିସ ଏସ୍‌ପିଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୋର୍ଡ ଲିଖିତ ଭାବେ ଅବଗତ କରାଯାଇଛି।ଶୁକ୍ରବାର ହେବାକୁ ଥିବା ସେକେଣ୍ଡ ଲାଙ୍ଗୁଏଜ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଖୁବ୍ ସତର୍କତା ଅବଲମ୍ବନ କରିବାକୁ ସ୍ଥିର କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ଅଧିକ ପଢନ୍ତୁ