କର୍ନାଟକ ହାଇକୋର୍ଟ ବଳାତ୍କାର ଏବଂ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଜନତା ଦଳ (ଏସ) ଏମ୍ପି ପ୍ରଜ୍ୱଳ ରେଭାନ୍ନାଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ଏହି ମାମଲାରେ ରେଭାନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ଆସନ୍ତା କାଲି କୋର୍ଟ ଦଣ୍ଡବିଧାନ କରିବେ । କୋର୍ଟଙ୍କ ରାୟ ଶୁଣିବା ପରେ ରେବନ୍ନା ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ଏହି ମାମଲାର ଶୁଣାଣି ବେଙ୍ଗାଲୁରୁ ସ୍ଥିତି ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ଗଠନ ହୋଇଥିବା ବିଶେଷ ଅଦାଲତ କରିଛନ୍ତି । ଅଭିଯୋଗ ହେବାର ୧୪ ମାସ ପରେ କୋର୍ଟ ରାୟ ଶୁଣାଇଛନ୍ତି । ରେଭାନାଙ୍କ ବିରୋଧରେ ଯୌନ ନିର୍ଯାତନାର ଅନେକ ମାମଲା ରୁଜୁ ହୋଇଛି। ଏହା ସହିତ, ସେ ଅନେକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ମାମଲାର ଶୁଣାଣି ୨୦୨୪ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରଜ୍ୱଳଙ୍କ ବିରୋଧରେ ୨୩ ଜଣ ସାକ୍ଷୀ ଦେଇଥିଲେ । ଏହା ବ୍ୟତୀତ କୋର୍ଟ ଭିଡ଼ିଓ କ୍ଲିପ୍ସ ଓ ଫରେନସିକ ରିପୋର୍ଟକୁ ମଧ୍ୟ ପ୍ରମାଣ ଭାବେ ଗ୍ରହଣ କରିଥିଲା । ତାଙ୍କ ବିରୋଧରେ ଅଭିଯୋଗ ଯୋଗୁ, ଜେଡିଏସ ତାଙ୍କୁ ଦଳରୁ ନିଲମ୍ବିତ ମଧ୍ୟ କରିଛି। ପ୍ରଜ୍ୱଳ ରେଭାନା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ନାତି।
