ସେନା ମୁଖ୍ୟଙ୍କୁ ରାମ ମନ୍ତ୍ର ଦୀକ୍ଷା ଦେଲେ; ଦକ୍ଷିଣାରେ POK ମାଗିଲେ- ରାମଭଦ୍ରାଚାର୍ଯ୍ୟ

ମଧ୍ୟପ୍ରଦେଶ ଚିତ୍ରକୂଟ ସ୍ଥିତ ତୁଳସୀ ପୀଠରେ ଦୀକ୍ଷା ନେଲେ ଭାରତୀୟ ସେନା ପ୍ରମୁଖ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ଚିତ୍ରକୂଟ ତୁଳସୀ ପୀଠ ଆଶ୍ରମରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଠାରୁ ରାମ ମନ୍ତ୍ର ଦୀକ୍ଷା ନେଇଥିଲେ । ଏହି ସମୟରେ ରାମଭଦ୍ରଚାର୍ଯ୍ୟ ତାଙ୍କୁ ଦକ୍ଷିଣରେ ଥିବା ପିଓକେ ମାଗିଥିଲେ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ ପିଓକେ ମାଗିଥିଲେ ରାମଭଦ୍ରାଚାର୍ଯ୍ୟ । ଆଉ ମିଡିଆକୁ କହିଥିଲେ, ସେନା ମୁଖ୍ୟଙ୍କୁ ରାମ ଦୀକ୍ଷା ଦେବା ପରେ, ସେ ଗୌରବ ଅନୁଭବ କରୁଛନ୍ତି । ହେଲେ ଦକ୍ଷିଣାରେ କିନ୍ତୁ ସେ ପିଓକେ ମାଗିଛନ୍ତି । ପାକିସ୍ତାନ ଯଦି ଆଗାମୀ ଦିନରେ, କିଛି ବି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ତାକୁ ପାନେ ଦେବା ପାଇଁ ସେନା ମୁଖ୍ୟଙ୍କୁ ସେ ରାମ ଦୀକ୍ଷା ମନ୍ତ୍ର ଦେଇଛନ୍ତି ବୋଲି ରାମଭଦ୍ରାଚାର୍ଯ୍ୟ କହିଥିଲେ । ତେବେ ଏହି ଖବର, ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାକୁ ମନେ ପକାଇ ଦେଇଛି ।ତେବେ ସେନା ପ୍ରମୁଖଙ୍କ ଗସ୍ତ କେବଳ ଆଧ୍ୟାତ୍ମିକ ନୁହେଁ, ବରଂ ସାମାଜିକ ଭାବେ ରହିଥିଲା । ସେ ସଦଗୁରୁ ନେତ୍ର ଚିକିତ୍ସାଳୟକୁ ନିରୀକ୍ଷଣ କରିବା ସହିତ ସଦଗୁରୁ ସେବା ସଂଘ ଟ୍ରଷ୍ଟ ଏବଂ ଆୟୋଜିତ ଅଭିନନ୍ଦନ ସମାରୋହରେ ଭାଗ ନେଇଥିଲେ ।

ସେନା ପ୍ରମୁଖଙ୍କ ଗସ୍ତ ପୂର୍ବରୁ ତୁଳସୀପୀଠରେ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିଲା । ଆଶ୍ରମ ଠାରୁ ଆରମ୍ଭ କରି ଅନ୍ୟ ସବୁ ସ୍ଥାନରେ ପୋଲିସ ଓ ସୁରକ୍ଷାବଳ ନିୟୋଜିତ ରହିଥିଲେ ।

ଅଧିକ ପଢନ୍ତୁ

kc ads