ସେପ୍ଟେମ୍ବରରେ ସୋମବାରରୁ ଆରମ୍ଭ ହେବ । ତେବେ ସେପ୍ଟେମ୍ବରରେ ବ୍ୟାଙ୍କ କେତେ ଦିନ ଛୁଟି ରହିବ ସେନେଇ ଆରବିଆଇ ଏକ ତାଲିକା ପ୍ରକାଶ କରିଛି ।ସେପ୍ଟେମ୍ବର ୩ ରୁ ୫ କର୍ମ ପୂଜା ଯୋଗୁଁ ରାଞ୍ଚି ଏବଂ ପାଟନାରେ ବ୍ୟାଙ୍କଗୁଡ଼ିକ ୩ ସେପ୍ଟେମ୍ବରରେ ବନ୍ଦ ରହିବ। ପ୍ରଥମ ଓନମ ଯୋଗୁଁ ତ୍ରିଭେନ୍ଦ୍ରମ ଏବଂ କୋଚିରେ ବ୍ୟାଙ୍କଗୁଡ଼ିକ ୪ ସେପ୍ଟେମ୍ବରରେ ବନ୍ଦ ରହିବ। ସେପ୍ଟେମ୍ବର ୫ ତାରିଖରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ ସହରରେ ଈଦ୍-ଏ-ମିଲାଦ/ମିଲାଦ-ଉନ୍-ନବୀ/ଥିରୁଭୋନମ୍/ମିଲାଦ-ଏ-ଶରିଫ୍ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।ସେପ୍ଟେମ୍ବର ୬ ରେ ସିକ୍କିମ ଓ ଛତିଶଗଡ଼ରେ ବ୍ୟାଙ୍କ ଛୁଟି ରହିବ | ସେପ୍ଟେମ୍ବର ୭ରେ ରବିବାର ଓ ସେପ୍ଟେମ୍ବର ୧୨ ରେ ଜମ୍ମୁ ଏବଂ ଶ୍ରୀନଗର ବ୍ୟାଙ୍କ ଛୁଟି ରହିବ |ସେପ୍ଟେମ୍ବର ୧୩ ରେ ପଡୁଛି ଦ୍ବିତୀୟ ଶନିବାର ଏହା ସହ ସେପ୍ଟେମ୍ବର ୧୪ ଓ ୨୧ ହେଉଛି ରବିବାର | ନବରାତ୍ରି ସ୍ଥାପନ ଯୋଗୁଁ ସେପ୍ଟେମ୍ବର ୨୨ ତାରିଖରେ ଜୟପୁରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ମହାରାଜା ହରି ସିଂହ ଜୟନ୍ତୀ ଯୋଗୁଁ ସେପ୍ଟେମ୍ବର ୨୩ ତାରିଖରେ ଜମ୍ମୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ସେପ୍ଟେମ୍ବର ୨୭ ରେ ପଡୁଛି ଚତୁର୍ଥ ଶନିବାରଓ ସେପ୍ଟେମ୍ବର ୨୮ ରବିବାର ଅଟେ | ୨୯ ସେପ୍ଟେମ୍ବରରେ ମହାସପ୍ତମୀ/ଦୁର୍ଗା ପୂଜା ହେତୁ କୋଲକାତା, ଗୌହାଟୀ ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ। ୩୦ ସେପ୍ଟେମ୍ବରରେ ମହାଅଷ୍ଟମୀ/ଦୁର୍ଗା ପୂଜା ହେତୁ କୋଲକାତା, ତ୍ରିପୁରା ଏବଂ ଭୁବନେଶ୍ୱର ସମେତ ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ।ତେଣୁ, ସେପ୍ଟେମ୍ବର ମାସରେ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆପଣ ଏହି ମାସରେ ବ୍ୟାଙ୍କ ଯିବାକୁ ଯୋଜନା କରୁଛନ୍ତି, ତେବେ ପୂର୍ବରୁ ଛୁଟି ବିଷୟରେ ଜାଣିବା ବହୁତ ଗୁରୁତ୍ୱପୂର୍ଣ୍ଣ।
