ସେବା ଉତ୍ସବ ପକ୍ଷରୁ ଯୁବ ଉତ୍ସବ ଓ ମିନି ମାରାଥନ

ନୟାଗଡ଼ :- ଜାତୀୟ ଯୁବ ଦିବସ ଅବସରରେ ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲା ସ୍ଥରୀୟ ଯୁବ ଉତ୍ସବ ଓ ମିନି ମାରାଥନ – 2024 ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ “ଦେଶ ପାଇଁ ଯୁବକ” ର ବାର୍ତା ଦେଇ ଦୁର୍ଗାପ୍ରସାଦ ଠାରୁ ନୟାଗଡ଼ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା l ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭ ଉଦଘାଟନ କରିଥିଲେ l ଏହାପରେ ନୟାଗଡ଼ ଜଗନ୍ନାଥ ମନ୍ଦିର ଠାରେ ଯୁବ ଦିବସ ଅବସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ବିଧାୟକ ଶ୍ରୀ ସାହୁଙ୍କ ସମେତ ନୟାଗଡ଼ର ପୌରାଧ୍ୟକ୍ଷା ନିରୁପମା ଖଟେଇ, ସମାଜସେବୀ ଦାମଦର ସାହୁ ,ଯୁବଉଦ୍ୟୋଗୀ ଚନ୍ଦନ ସାହୁ,ବରିଷ୍ଠ ଆଇନଜୀବି ଅମୀୟ ପଟ୍ଟନାୟକ, ସେବା ସମିତି ଉପାଧ୍ୟକ୍ଷ ଚିତ୍ତରଂଜନ ପ୍ରଧାନ, ସମାଜସେବୀ ଶାରଦା ପ୍ରସାଦ ମହାପାତ୍ର, ସମାଜସେବୀ ଚିତ୍ତରଂଜନ ପାତ୍ର, ଓଡିଶା ଜୁଡ଼ିସିଆଲ ସେବା ପ୍ରାପ୍ତ ଆଇନଛାତ୍ରୀ ସୀମା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅବସରରେ ଯୁବକ ମାନେ ଚାହିଁଲେ ରାଷ୍ଟ୍ରର ବିକାଶ ହେବା ସହ ସମାଜ ସଂସ୍କାର ହୋଇପାରିବ l ସ୍ୱାମୀ ବିବେକାନନ୍ଦ କୋଟି ଯୁବ ପ୍ରେରଣାର ଉତ୍ସ ହୋଇଥିବା ବେଳେ ଆଜି ତାଙ୍କର ପୁଣ୍ୟ ତିଥିରେ ଆମେ ସମସ୍ତେ କେବଳ ତାଙ୍କର ସ୍ମୃତି ଚାରଣ କଲେ ହେବନାହିଁ, ବରଂ ତାଙ୍କ ଜୀବନ ଦର୍ଶନରୁ କିଛି ଶିକ୍ଷା ଗ୍ରହଣ କରି ସେହିଭଳି ଅନୁପ୍ରାଣିତ ହେବାକୁ ପଡ଼ିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l

ଏହାପରେ କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାଭାଗିତାରେ ବିଭିର୍ଣ୍ଣ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଶିତ ହେବା ସହବହୁ ଉତ୍ସାହି ଯୁବକଙ୍କୁ ପୁରସ୍କୃତ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମକୁ ସାମ୍ବାଦିକ ଜୟନ୍ଦ୍ର ବେହେରା ସଂଯୋଜନା କରିଥିବା ବେଳେ ସେବା ସମିତି ପକ୍ଷରୁ ଯୁଧିଷ୍ଠିର ବେହେରା, ପରମେଶ୍ୱର ସାହୁ, ଉମାକାନ୍ତ ମହାପାତ୍ର, ସୋମ୍ୟା ସ୍ୱୟଂପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସ୍ମୃତିଶିଖା ପରିଡ଼ା, ସ୍ନେହା ପ୍ରିୟଦର୍ଶିନୀ, କୃପାସିନ୍ଧୁ ରାଉତ , କରଣ ବଡ଼ତିଆ, ପ୍ରଶାନ୍ତ କୁମାର ସାହୁ, ଗୁଲସନ କୁମାର ଦାଶ ଆଶୁତୋଷ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଅଧିକ ପଢନ୍ତୁ

kc ads