ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେଇଛି । ସେମିକନ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର । ସ୍ବଦେଶୀ ନିର୍ମିତ ୩୨ ବିଟ୍ ମାଇକ୍ରୋ ପ୍ରୋସେସର ଚିପ୍ ଉପହାର ଦେଲା ସେମିକଣ୍ଡକ୍ଟର ଲାବରୋଟୋରୀ ସଂସ୍ଥା ବା SCL । ଇସ୍ରୋ ଦ୍ବାରା ପରିଚାଳିତ SCL ପକ୍ଷରୁ ଏହି ଚିପକୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ବାରା ମୋଦିଙ୍କୁ ଉପହାର ଦିଆଯାଇଥିଲା ।ନୂଆ ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୫ରେ ଏହି ଚିପ୍ ପ୍ରଦାନ କରାଯାଇଛି । ଏନ୍ଆଇଟି ରାଉରକେଲାରେ ପ୍ରସ୍ତୁତ ୨ଟି ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ପ୍ରସ୍ତୁତ ଚିପ ପ୍ରଦାନ କରିଛନ୍ତି ଅଶ୍ବିନୀ ବୈଷ୍ଣବ । ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି ଏହି ଚିପ୍ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିଲେ । ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରରେ ଓଡିଶାରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଥିବାରୁ ଏଥିରେ ସାମିଲ ହୋଇ କିପରି ଓଡିଶା ଭାଗିଦାରୀ ହୋଇପାରିବ ସେନେଇ ପ୍ରସ୍ତାବ ରଖିଛି ଓଡିଶା ।
