ଫ୍ୟାରିସ୍ ଅଲିମ୍ପିକ୍ସ ହକି ସେମି-ଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଦଳରୁ ବାଦ୍ ପଡ଼ିଲେ ଷ୍ଟାର୍ ଡିଫେଣ୍ଡର ଅମିତ୍ ରୋହିଦାସ ସସ୍ପେଣ୍ଡ ହୋଇଛନ୍ତି । ଗୋଟିଏ ମ୍ୟାଚ୍ ପାଇଁ ସସ୍ପେଣ୍ଡ ହୋଇଛନ୍ତି ଅର୍ଥାତ୍ ଅଲିମ୍ପିସ୍ ସେମି-ଫାଇନାଲ ମ୍ୟାଚ୍ ଖେଳିବେ ନାହିଁ।ସସ୍ପେଣ୍ଡ ବିରୋଧରେ ହକି ଇଣ୍ଡିଆ ପକ୍ଷରୁ ଆବେଦନ କରାଯାଇଥିଲେ ହେଁ ତାହା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍)ର ଜୁରି ବେଞ୍ଚ୍ ଖାରଜ କରି ଦେଇଛି। ତେଣୁ ୮ ଥର ଅଲିମ୍ପିକ୍ ଚାମ୍ପିୟନ ଭାରତ ପାଇଁ ସେମିଫାଇନାଲ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କେବଳ ୧୫ ଜଣିଆ ଖେଳାଳି ଉପଲବ୍ଧ ରହିବେ। ଅମିତଙ୍କୁ ଗୋଟିଏ ମ୍ୟାଚରୁ ସସ୍ପେଣ୍ଡ କରାଯାଇଥିବା ଏଫ୍ଆଇଏଚ୍ ପକ୍ଷରୁ ଏକ ବିବୃତିରେ ସ୍ପଷ୍ଟ କରାଯାଇଛି।
ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ କହିଛନ୍ତି, ‘ଅମିତ ଜାଣିଶୁଣି କିଛି ଭୁଲ କରି ନଥିଲେ । ଅମ୍ପାୟାର ଏ କଥା ବିଚାର କରିବାର ଥିଲା । କିନ୍ତୁ ସେ ହଠାତ୍ ତାଙ୍କୁ ରେଡ୍ କାର୍ଡ ଦେଲେ । ଫଳରେ ଆମକୁ ଅବଶିଷ୍ଟ ସମୟ ବହୁ କଷ୍ଟରେ ଖେଳିବାକୁ ପଡ଼ିଲା । ଯଦି ଜଣେ ଖେଳାଳି ଜାଣିଶୁଣି ଭୁଲ କରୁଛି, ତେବେ ସେ ଦଣ୍ଡିତ ହେବା କଥା । ମାତ୍ର ଅମିତ ସେମିତି କିଛି ଭୁଲ କରି ନଥିଲେ ।’ କେବଳ ଦିଲ୍ଲୀପ ନୁହଁନ୍ତି ଅନେକ ଏ କଥାକୁ ନାପସନ୍ଦ କରିଛନ୍ତି ।