ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ ।

ସ୍ବଳ୍ପ ବିନିଯୋଗ କରି ଅଧିକ ଲାଭ ପାଇବାର ଲୋଭ ଦେଖାଇଥିଲେ ସାଇବର ଠକ । ଆଉ ଅନଲାଇନ୍ ଟ୍ରେଡିଂ ନାଁରେ ବ୍ୟକ୍ତିଙ୍କଠାରୁ ଠକି ନେଇଥିଲେ ଲକ୍ଷ ଲକ୍ଷ ଟଙ୍କା । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ରହିଛି ଅଭିଯୋଗ । ଅନ୍ୟପଟେ ୭୮ ଲକ୍ଷ ଟଙ୍କା ଠକେଇ ମାମଲାର ପର୍ଦ୍ଦାଫାସ କରିଛି କଟକ ସାଇବର ପୋଲିସ । ୬ ଜଣ ସାଇବର ଠକଙ୍କୁ ଗିରଫ କରିବା ସହ ନଗଦ ୪ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି । ଷ୍ଟକ ମାର୍କେଟରେ ଅର୍ଥ ବିନିଯୋଗ ନାଁରେ ଏହି ଠକେଇ କରାଯାଇଥିବା ବେଳେ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୭ଟି ମୋବାଇଲ, ୧୬ଟି ଏଟିଏମ କାର୍ଡ, ୧୫ଟି ପାସବୁକ, ୪ଟି ଅଣ-ସ୍ୱାକ୍ଷରିତ ଓ ୩ଟି ସ୍ୱାକ୍ଷରିତ ଚେକ, ୩ଟି ସିମକାର୍ଡ ଏବଂ ୪.୩୦ ଲକ୍ଷ ନଗଦ ଜବତ କରିଛି କଟକ ସାଇବର ଥାନା ପୋଲିସ । ଏହା ବ୍ୟତୀତ ୬୬ଟି ବ୍ୟାଙ୍କ ଖାତାକୁ ଫ୍ରିଜ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଯେଉଁ ବ୍ୟାଙ୍କ ଖାତାରେ ୭.୩୮ ଲକ୍ଷ ରହିଛି ।

ଅଧିକ ପଢନ୍ତୁ

kc ads