ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ହେଉଛି। ବିବାହ ପୂର୍ବରୁ ମଧ୍ୟ ସୋନମ ‘ବିଧବା’ ହେବାକୁ ଯୋଜନା କରିଥିଲେ।ଇନ୍ଦୋରର ପରିବହନ ବ୍ୟବସାୟୀ ରାଜା ରଘୁବଂଶୀଙ୍କୁ ତାଙ୍କ ନିଜ ପତ୍ନୀ ସୋନମ ରଘୁବଂଶୀ ତାଙ୍କ ପ୍ରେମିକଙ୍କ ସହ ମିଶି ହତ୍ୟା କରିଥିଲେ। ସୋନମ ବିବାହର ମାତ୍ର 5 ଦିନ ପରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ପ୍ରେମିକଙ୍କ ସହ ମିଶି ସୁପାରି କିଲରର ସାହାଯ୍ୟ ନେଇ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ସୋନମ । ସୋନମଙ୍କୁ ଏବେ ପୋଲିସ ଉତ୍ତର ପ୍ରଦେଶରୁ ବିହାର ଏବଂ ତା’ପରେ କୋଲକାତା ଦେଇ ଗୌହାଟି-ସିଲଂ ନେଉଛି । ତେବେ ଆଶ୍ଚର୍ଯର ବିଷୟ ହେଉଛି ପୋଲିସ ସହ ସୋନମର ଏତେ ସମୟ ଯାତ୍ରା ଭିତରେ ସେ ସଂପୂର୍ଣ୍ଣ ନୀରବ ଥିଲେ । ନା କିଛି ଖାଦ୍ୟ ଖାଇଥିଲା ନା କାହା ସହ କଥା ହୋଇଥିଲେ । କେବଳ ଚୁପ୍ ରହିଥିଲେ ଗାଡିରେ । ତେବେ ସୂତ୍ର ଅନୁଯାୟୀ, ୧୬ ମେ’ରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସୋନମଙ୍କ ପ୍ରତିଶ୍ରୁତି ଥିଲା ଯେ ବିଧବା ହେବା ପରେ ମୁଁ ତୁମକୁ ବିବାହ କରିବି |ପ୍ରକୃତରେ, ରାଜ କୁଶୱାହା ସୋନମଙ୍କ ବାପାଙ୍କ ପାଇଁ କାମ କରୁଥିଲେ କିନ୍ତୁ ପ୍ରାୟ ୫ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ପ୍ରସ୍ଫୁଟିତ ହୋଇଥିଲା।ସୋନମ ଜାଣିଥିଲେ ଯେ, ତାଙ୍କ ବାପା ଜଣେ ହୃଦରୋଗୀ ଏବଂ ଯଦି ସେ ତାଙ୍କ ବାପାଙ୍କୁ ରାଜ କୁଶୱାହାଙ୍କୁ ବିବାହ କରିବା ବିଷୟରେ କହିଲେ, ତେବେ ତାଙ୍କ ବାପା ରାଜି ହେବେ ନାହିଁ।
ବିବାହର ୫ମ ଦିନ ହତ୍ୟାର ଷଡଯନ୍ତ୍ର: ଏହା ପରେ, ସୋନମ ବିବାହର ୫ମ ଦିନ ରାଜଙ୍କୁ କହିଥିଲେ ଯେ, ଆସ ରାଜାଙ୍କୁ ହତ୍ୟା କରିବା। ଯଦି ମୁଁ ଥରେ ବିଧବା ହୋଇଯାଏ, ତେବେ ବାପା ତାଙ୍କ ବିଧବା ଝିଅକୁ ତୁମ ସହିତ ବିବାହ ଦେଇପାରିବେ। ଏହା ଶୁଣି ରାଜ କୁଶୱାହା ମଧ୍ୟ ସୋନମଙ୍କ କଥାରେ ରାଜି ହୋଇଗଲେ।