ଚର୍ଚ୍ଚାରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା-ଶ୍ରୀକ୍ଷେତ୍ର ବିବାଦ। ବାପା ଶ୍ରୀକ୍ଷେତ୍ରଙ୍କ ସପକ୍ଷରେ ବାହାରିଲେ କୁନି ପୁଅ। କହିଲେ ମୋର ବାପା ଦରକାର, ନଚେତ୍ ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବି। କୃଷ୍ଣପ୍ରସାଦ ଥାନା ଅଧିକାରୀଙ୍କୁ ଭେଟି ଶ୍ରୀକ୍ଷେତ୍ରଙ୍କ ପୁଅ ଏକ ଦାବିପତ୍ର ଦେଇଛନ୍ତି । ସେପଟେ ପୁଅର ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିଶୁ ଯତ୍ନ ଗୃହରେ ତାକୁ ରଖାଯାଇଥିବା ବେଳେ ଶିଶୁମଙ୍ଗଳ କମିଟି ନିକଟରେ ଉପସ୍ଥିତ କରାଯାଇଛି ।ସୋନାଲିଙ୍କ ଅଭିଯୋଗ ଆଧାରରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଜିରୋ ଏଫ୍ ଆଇ ଆର୍ ରୁଜ୍ଜୁ ହୋଇଥିଲା । ୩ ଅଗଷ୍ଟ୨୦୨୫ରେ ମାମଲା ରୁଜ୍ଜୁ ହୋଇଥିଲା ।
ସୋନାଳିଙ୍କ ପୈତୃକ ଗାଆଁ କୃଷ୍ଣ ପ୍ରସାଦ ହୋଇଥିବାରୁ ମାମଲା ଟି କୁ ପୁରୀ ପୋଲିସ କୁ ହସ୍ତାନ୍ତର କରାଯାଇଛି ।ଆଉ ଏଥିରେ ସୋନାଲି ଶ୍ରୀକ୍ଷେତ୍ର ସାମନ୍ତ ସିଂହାର ନାଁରେ ଅପହରଣ , ଜୋର ଜବରଦସ୍ତ ବିବାହ ଭଳି ଅଭିଯୋଗ ଆଣିଛନ୍ତି । ସେହି ଆଧାରରେ ଗତକାଲି ପୁରୀ ପୋଲିସ୍ ୧୬୧ ଏବଂ ୧୬୪ରେ ସୋନାଲି ଙ୍କ ବୟାନ ରେକର୍ଡ କରିଛି । ଖୁବ୍ ଶୀଘ୍ର ଶ୍ରୀକ୍ଷେତ୍ର ସାମନ୍ତସିଂହାର କୁ ଆଣି ଜେରା କରାଯିବ । ତେବେ ଆଜି ମା’ଙ୍କ ନିଷ୍ପତ୍ତି ବିରୋଧରେ ସୋନାଲିଙ୍କ ପୁଅ ଆଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ବେଞ୍ଚରେ ଦ୍ଵାରସ୍ଥ ହୋଇଛନ୍ତି। ନାଣ୍ଡୁ ବାବୁ ବାପାଙ୍କୁ ଫସାଉଥିବା ସିଧା ସଳଖ କହିଛନ୍ତି। ଏହା ସହ ପିଲାବେଳୁ ମୁଁ ମୋ ବାପାଙ୍କ ପାଖରେ ରହୁଛି, ବାପାଙ୍କୁ ନେଇଗଲେ ମୁଁ ଏକା ହୋଇଯିବି ବୋଲି କହିଛନ୍ତି।