ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ତୀବ୍ର ନିନ୍ଦା ।

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଓ ତାଙ୍କର ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ଏହା ସେମାନଙ୍କର ସମ୍ଭ୍ରାନ୍ତବାଦୀ ଅଚାରଣର ପ୍ରତିଫଳନ ବୋଲି ଶ୍ରୀ ମାଝୀ କହିଛନ୍ତି। ଏଭଳି ଆଚରଣ କରିବା ଓଡ଼ିଶାର ପୂରା ସାନ୍ତାଳୀ ଜନଜାତିକୁ ଅପମାନ। ‌ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। କଂଗ୍ରେସ ଏଥି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର। ଅନ୍ୟପକ୍ଷେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଦ୍ରୌପଦୀ ମୁର୍ମୁଙ୍କୁ ‘ପୁଅର ଲେଡି’ ବୋଲି ସମ୍ବୋଧନ କରି ଦେଇଥିବା ମନ୍ତବ୍ୟ ଉପରେ ରାଷ୍ଟ୍ରପତି ଭବନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସୋନିଆ ଏହି ଶବ୍ଦ ବ୍ୟବହାର କରିଥିଲେ।

କଂଗ୍ରେସ ଦଳର କିଛି ପ୍ରମୁଖ ନେତାଙ୍କ ମନ୍ତବ୍ୟ ଖରାପ, ଦୁର୍ଭାଗ୍ୟଜନକ ଏବଂ ସମ୍ପୂର୍ଣ୍ଣ ଅଣଦେଖାଯୋଗ୍ୟ। ଏହା ସ୍ପଷ୍ଟ ଭାବେ ଉଚ୍ଚ ପଦବୀର ମର୍ଯ୍ୟାଦାକୁ ଆଘାତ ଦେଇଛି ଏବଂ ଗ୍ରହଣୀୟ ନୁହେଁ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି।

ଅଧିକ ପଢନ୍ତୁ