ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା ନିଯୁକ୍ତ ହେଲେ । ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ ହେଲେ । ୩ ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।୨୦୨୪ ମସିହାରେ ମହିଳା କମିଶନ ଆୟୋଗକୁ ଭଙ୍ଗ କରିଥିଲେ ରାଜ୍ୟ ସରକାର । ଏହାପରଠାରୁ ପ୍ରାୟ ବର୍ଷେ ହେବ ଖାଲି ପଡିଥିଲା ମହିଳା କମିଶନ ଅଧ୍ୟକ୍ଷା ପଦ । ହେଲେ ମଙ୍ଗଳବାର ଦିନ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ ଶୋଭନା ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନର ନୂତନ ଅଧ୍ୟକ୍ଷା ଭାବେ ନିଯୁକ୍ତି କରାଯାଇଛି। ସେହିପରି ୬ ଜଣ ସଦସ୍ୟାଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର । ତେବେ ନିଯୁକ୍ତି ହୋଇଥିବା ୬ ସଦସ୍ୟ ହେଲେ କଳ୍ପନା ଲେଙ୍କା, ସୁକେଶୀ ଓରାମ୍‌, ଚନ୍ଦନା ଦାଶ, କସ୍ତୁରୀ ମିଶ୍ର, ମାନସ୍ମିତା ନାୟକ, ସୁଜାତା ଖୁଣ୍ଟିଆ ।

ଅଧିକ ପଢନ୍ତୁ