ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫ କି.ମି. ୧୬ନଂ ଜାତୀୟ ରାଜପଥର ଜାମୁଝାଡ଼ି ନିକଟରେ ପଶ୍ଚିମବଙ୍ଗ ହାଓ୍ବଡ଼ାର ବିଧାୟକ ଗୌତମ ଚୌଧୁରୀଙ୍କ କାର୍(WB 12BK 8988) ଧକ୍କାରେ ରାଧାକାନ୍ତ ଲେଙ୍କା(୫୬)ନାମକ ଜଣେ ସ୍କୁଟି(OD 22H 1442) ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଘର ସ୍ଥାନୀୟ ସୋର ଥାନା ସାଜନପୁର ଅଞ୍ଚଳରେ।ସୂଚନା ଅନୁସାରେ, ବିଧାୟକ ଗୌତମ ଚୌଧୁରୀ ତାଙ୍କ ସାନ ଭାଇ ଅପୂର୍ବ ସିହ୍ନାଙ୍କ କାର୍ ନେଇ ପୁରୀ ଯାଇଥିଲେ । ସେଠାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ଫେରିଲା ବେଳେ ସ୍କୁଟି ସହିତ ତାଙ୍କ କାର୍ର ଧକ୍କା ହୋଇଥିଲା l ଫଳରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ବିଧାୟକଙ୍କ ଡ୍ରାଇଭର ଅମୀୟ ସିଂ ରାୟକୁ ଅଟକ ରଖି ତଦନ୍ତ କରୁଛି l
