ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର

ଏଣିକି ମଧ୍ୟାହ୍ନ ଭୋଜନ ଖାଇ ମାନ ପରଖିବେ ଅଭିଭାବକ। ସ୍କୁଲରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର। ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବ। ତେବେ ସ୍କୁଲ ଖୋଲିବା ପୂର୍ବରୁ ମଧ୍ୟାହ୍ନ ଭୋଜନକୁ ନେଇ ସତର୍କ ହୋଇଛି ରାଜ୍ୟ ପିଏମ୍‌ ପୋଷଣ ୟୁନିଟ୍‌। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ। ଆଉ ଏହି ଭୋଜନ ନିୟମିତ ଭାବେ ଅଭିଭାବକମାନେ ଖାଇ ମାନ ପରଖିବେ। ଯେପରି ପିଲାଙ୍କ ମଧ୍ୟାହ୍ନ ଭୋଜନର ଗୁଣବତ୍ତାରେ ହ୍ରାସ ନହୁଏ ସେଥିଲାଗି ଧ୍ୟାନ ଦିଆଯିବ।ଏଥିସହ ରୋଷେଇ ସାମଗ୍ରୀର ଏକ୍ସପାରୀ ତାରିଖଠୁ ଆରମ୍ଭ କରି ଏହାର ମାନକୁ ମଧ୍ୟ ଯାଞ୍ଚ କରିବେ ପ୍ରଧାନଶିକ୍ଷକ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।ସ୍କୁଲ ଖୋଲିବାର ପ୍ରଥମ ଦିନରେ ଯେପରି କୌଣସି ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହୁଅନ୍ତି ସେଥିଲାଗି ଧ୍ୟାନ ଦେବାକୁ ତାଗିଦ୍‌ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital