ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ୟୁନିଫର୍ମ ଦେବାକୁ ନିର୍ଦ୍ଦେଶ- ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ବିଭାଗ ଗତକାଲି ଆଲୋଚନା କରିଛି ।ସ୍କୁଲ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡ୍ରେସ ଦେବାକୁ ଗତ ଜୁନ୍ ମାସରେ ଡିଇଓ ମାନଙ୍କୁ ଚିଠି ହୋଇଥିଲା । ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା । ଏଥିରେ SHG ମହିଳା ଅବହେଳା କରିଛନ୍ତି । ଅଧିକାଂଶ ଜିଲ୍ଲାରେ ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦିଆଯାଇଛି । ଯେଉଁଠି ମିଳିନି ଅତିଶୀଘ୍ର ଦିଆଯିବ ।

ଅଧିକ ପଢନ୍ତୁ

Odisha Darpan Digital