ସ୍କୁଲ ଗ୍ରେଡିଂ ସିଷ୍ଟମରେ ଜାତୀୟ ସ୍ତରରେ ୫ମ ସ୍ଥାନ ପାଇଛି ଓଡିଶା

ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ-୨.୦) ରିପୋର୍ଟ ଅନୁଯାୟୀ, ସ୍କୁଲ ଗ୍ରେଡିଂ ସିଷ୍ଟମରେ ଓଡ଼ିଶା ଜାତୀୟ ସ୍ତରରେ ୫ମ ସ୍ଥାନ ହାସଲ କରିଛି। ପିଜିଆଇ-୨.୦ ଦୁଇଟି ବର୍ଗରେ ୭୩ଟି ସୂଚକ ମାଧ୍ୟମରେ ସ୍କୁଲ ଶିକ୍ଷାର ମୂଲ୍ୟାଙ୍କନ କରେ: ଫଳାଫଳ ଏବଂ ଶାସନ ଏବଂ ପରିଚାଳନା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ସ୍କୁଲ ରୂପାନ୍ତରଣ ପ୍ରକ୍ରିୟାକୁ ମିଳିଛି ଜାତୀୟ ମାନ୍ୟତା । ରାଜ୍ୟର ପ୍ରାୟ ୭ହଜାର ସ୍କୁଲର ରୂପାନ୍ତରଣ କରିଥିଲେ ନବୀନ ସରକାର । ପରଫର୍ମାନ୍ସ ଗ୍ରେଡିଂରେ ଓଡିଶା ଜାତୀୟ ସ୍ତରରେ ୫୯୫.୬ ସ୍କୋର କରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚେଷ୍ଟା-୩ ଗ୍ରେଡ ହାସଲ କରିଛି । ୨୦୧୯ରେ ଓଡିଶା ୧୪ ନମ୍ବର ସ୍ଥାନରେ ଥିଲା । ତେବେ ସ୍କୁଲ ଶିକ୍ଷାରେ ଓଡିଶାକୁ ମିଳିଥିବା ଏହି ସଫଳତା ପାଇଁ ନବୀନ ସବୁ ଶିକ୍ଷାର୍ଥୀ, ଶିକ୍ଷକ, ଅଭିଭାବକ ଓ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ଥିବା ସବୁ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାର ଏହି ସଫଳତାକୁ ନବୀନ ତାଙ୍କ ଏକ ଏକ୍ସ ପୋଷ୍ଟରେ କହିଛନ୍ତି

ଅଧିକ ପଢନ୍ତୁ

kc ads