ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଯୌନ ନିର୍ଯାତନା ଘଟଣାରେ ଅଭିଯୋଗ ଦେବା ପାଇଁ ନାହିଁ କୌଣସି ବ୍ୟବସ୍ଥା। ୭ ଦିନ ମଧ୍ୟରେ ଗଠନ କର ଆଭ୍ୟନ୍ତରୀଣ ଅଭିଯୋଗ କମିଟି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଚଳିତ ମାସ ୩୦ ସୁଧା କମିଟି ଗଠନକୁ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟରେ ଛାତ୍ରୀଛାତ୍ରଙ୍କ ପାଇଁ ଅଟୋମେଟେଡ୍ ପରମାନେଟ୍ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି (ଏପିଏଏଆର୍) ରହିବ ଓ ୧୨ ଅଙ୍କ ବିଶିଷ୍ଟ ଏହି ନମ୍ବରରେ ସମସ୍ତ ତଥ୍ୟ ରହିବ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୩୦ ତାରିଖରେ ନବମ, ଦଶମ, ଏକାଦଶ, ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ କରାଯିବ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।ସୂଚନା ଅନୁଯାୟୀ, ଉତ୍କଳ ବିଶ୍ଵବିଦ୍ୟାଳୟରେ ଜୈବିକ ଛାତ୍ରୀ ଙ୍କୁ ନିର୍ଯାତନା ହୋଇଥିବା ଅଭିଯୋଗ ହୋଇଥିଲା। ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । କେବଳ ଉତ୍କଳ ବିଶ୍ଵବିଦ୍ୟାଳୟ ନୁହେଁ ରାଜ୍ୟର ଅନେକ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି ଯେଉଁଠି କି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ। ବାରମ୍ବାର ଉଚ୍ଚ ଶିକ୍ଷା ବିଭାଗ ସମେତ ୟୁଜିସି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମିଟି କରିବାରେ ଉଚ୍ଚ ଶିକ୍ଷାନୁଷ୍ଠାନ ପଛ ଘୁଞ୍ଚା ଦେଉଛନ୍ତି। ତେବେ ଏନେଇ ଉଚ୍ଚ ଶିକ୍ଷା ବିଭାଗ ପୁଣିଥରେ କମିଟି ଗଠନ କରିବାକୁ କଡା ନିର୍ଦ୍ଦେଶ ଦେଇଛି। ତେବେ ଓସେପା ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି, ବୈଠକରେ ଅଭିଭାବକଙ୍କଠାରୁ ସେମାନଙ୍କ ପିଲାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ ଏପିଏଏଆର୍ ଆଇଡି ସୃଷ୍ଟି କରିବା ପାଇଁ ସମ୍ମତି ସ୍ବାକ୍ଷର କରାଯିବ। ସମ୍ମତିପତ୍ରକୁ ସ୍କୁଲର ପ୍ରଧାନଶିକ୍ଷକ ସଂଗ୍ରହ କରି ବ୍ଲକ କାର୍ଯ୍ୟାଳୟକୁ ପଠାଇବେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ସ୍କୁଲ କର୍ତ୍ତୃପକ୍ଷ। ସମ୍ମତିପତ୍ରରେ ଅଭିଭାବକଙ୍କ ସ୍ବାକ୍ଷରକୁ ସୁନିଶ୍ଚିତ କରାଯିବ।