ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ।

ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ଗଳାକାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା । ପତ୍ନୀ ମୋନିକାଙ୍କ ମୃତଦେହ ଘର ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସୂଚନାମୁତାବକ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁରେ ପତ୍ନୀକୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କରିଛି ସ୍ବାମୀ। ମୃତକ ହେଲେ ଜି. ମାଲେସୁଙ୍କ ଝିଅ ମୋନିକା ପାଇକ। ତେବେ ପତ୍ନୀକୁ ହତ୍ୟା କରିବା ପରେ ନିଜେ ସ୍ବାମୀ ନରେନ୍ଦ୍ର ପାଇକ ମଧ୍ୟ ଗ୍ରାମ ନିକଟ କାଜୁ ଜଙ୍ଗଲରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ନରେନ୍ଦ୍ର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ପତ୍ନୀଙ୍କ ପରକୀୟା ପ୍ରୀତି ରହିଥିବା ସନ୍ଦେହ କରୁଥିବା ଓ କାହାରିକୁ ଛାଡ଼ିବେ ନାହିଁ ବୋଲି କହିଥିଲେ। ତେଣୁ ପରକୀୟା ପ୍ରୀତି ସନ୍ଦେହରୁ ସ୍ବାମୀ ନରେନ୍ଦ୍ର ଏଭଳି ଅମାନୁଷିକ କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଦୁହେଁ ପ୍ରେମ ବିବାହ କରିଥିଲେ | ସେରଙ୍ଗ ଥାନା ପୋଲିସ୍ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି କହିଛନ୍ତି ଗଜପତି ଏସପି ।

ଅଧିକ ପଢନ୍ତୁ

kc ads