ସ୍ତ୍ରୀକୁ ହତ୍ୟା କରି କୁକରରେ ସିଟି ମାରିଲା… ପରେ ନେଇ ହ୍ରଦରେ ଫିଙ୍ଗିଲା ପିଶାଚ ସ୍ବାମୀ

ସ୍ତ୍ରୀକୁ ବୀଭତ୍ସ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା ସ୍ବାମୀ । ପ୍ରମାଣ ଲୁଚାଇବାକୁ ଶରୀରର କଟା ଖଣ୍ଡକୁ ପ୍ରେସର କୁକରରେ ସିଝାଇଲା । ଏଭଳି ଲୋମହର୍ଷଣକାରୀ ଘଟଣା ହାଇଦ୍ରାବାଦ ସହରରେ ଦେଖିବାକୁ ମିଳିଛି । ଅଭିଯୁକ୍ତଶରୀରର ଅଂଶଗୁଡ଼ିକୁ ରାନ୍ଧି ମୀରପେଟ ହ୍ରଦରେ ଫିଙ୍ଗି ଦେଇଥିଲେ। କୁହାଯାଉଛି ଯେ, ସେ ଏସବୁ କରିଥିଲେ କାରଣ ମୃତଦେହକୁ ନଷ୍ଟ କରିବା ସହଜ ହେବ ଏବଂ କେହି ତାଙ୍କୁ ସନ୍ଦେହ କରିବେ ନାହିଁ। ତଥାପି, ପୋଲିସ ଏହି ଅଭିଯୋଗଗୁଡ଼ିକର ତଦନ୍ତ କରୁଛି।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ୪୫ ବର୍ଷୀୟ ଗୁରୁ ମୂର୍ତ୍ତି ନାମକ ବ୍ୟକ୍ତି ନିଜ ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ।

ଆଉ ପୋଲିସ ଜେରାବେଳେ ସବୁ କଥା ସ୍ବୀକାର କରିଛନ୍ତି ଗୁରୁ ମୂର୍ତ୍ତି ।ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ଜାନୁଆରୀ ୧୬ରେ ନିଖୋଜ ହୋଇଯାଇଥିଲେ, ତା’ପରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ସୂଚନା ଅନୁଯାୟୀ, ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଅଭିଯୁକ୍ତ ଜଣକ ଡିଆର୍‌ଡିଓରେ ସୁରକ୍ଷା କର୍ମୀ ଭାବରେ କାମ କରନ୍ତି। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି।

ଅଧିକ ପଢନ୍ତୁ

Odisha Darpan Digital