ସ୍ତ୍ରୀ ଓ ଶାଶୂକୁ ହତ୍ୟା ପେର ମାଟିରେ ପୋତ ଦେଲା ଅଭିଯୁକ୍ତ ।  ମୃତଦେହ ଉପରେ ଲଗାଇଲେ କଦଳୀ ଗଛ

ମୟୂରଭଂଜ ଜିଲ୍ଲା କୁଳିଅଣା ଥାନା ଅଧୀନ ନୂଆଗାଁରେ ମା’-ଝିଅଙ୍କୁ ହତ୍ୟା କରାଯାଇଛି। ଗତ ୧୫ ତାରିଖ ଠାରୁ ନିଖୋଜ ଥିବା ମା’-ଝିଅଙ୍କର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ହେଉଛି ଜ୍ବାଇଁ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ସ୍ତ୍ରୀ ଓ ଶାଶୁଙ୍କୁ ମାରି ଘରବାଡିରେ ପୋତି ଉପରେ କଦଳୀ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।ଘଟଣାରୁ ଜଣାପଡ଼ିଛି ଯେ, ଦେବାଶିଷ ପାତ୍ର ଆମ୍ବଡୁବି ଗ୍ରାମର ଲକ୍ଷ୍ମୀଧର ଦଳେଇଙ୍କ ଝିଅ ସୋନାଲି ଦଳେଇଙ୍କୁ ଦ୍ୱିତୀୟ ବିବାହ କରିଥିଲେl ତାଙ୍କର ଗୋଟିଏ ଏକବର୍ଷର ପୁତ୍ର ସନ୍ତାନ ଅଛି l ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବ୍‌ସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରନ୍ତିl ଗତ ୧୫ ତାରିଖ ଦିନ ସୋନାଲି ଓ ସୁମତି ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଦେବାଶିଷ ଓ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ନେଇ କୋର୍ଟରେ ମାମଲା ଚାଲିଛି।

ପାରିବାରିକ କଳହ ଅଥବା ଅନ୍ୟ କୌଣସି କାରଣ ପାଇଁ ନିଜ ଦେବାଶିଷ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଗତ ୧୯ ତାରିଖ ଦିନ ପଥରରେ ଛେଚି ହତ୍ୟା କରିଥିଲା। ପରେ ନିଜ ଘର ପଛପାର୍ଶ୍ବରେ ଥିବା ବଗିଚା ପଛପଟରେ ଦୁଇ ମୃତଦେହକୁ ପୋତି ଦେଇଥିଲା। ତେବେ କିଛି ଦିନ ଧରି ହତ୍ୟାକାରୀଙ୍କ ସ୍ତ୍ରୀ ନିଖୋଜ ଥିବାରୁ ଗ୍ରାମବାସୀ ସନ୍ଦେହ ହୋଇଥିଲା। କିଛି ଗ୍ରାମବାସୀ ଦେବାଶିଷଙ୍କ ଘରପଛରେ ଥିବା ବାଡ଼ିରେ ମାଟି ଚିହ୍ନ ଦେଖି ଅଧିକ ସନ୍ଦେହ କରିଥିଲେ। ଏଠାରେ ଗାତ ଖୋଳା ଯାଇଥିବାର ଦେଖି ସେମାନେ ଅଧିକ ସନ୍ଦେହ କରିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ଗାତ ଖୋଳିବାରୁ ଉଭୟଙ୍କ ମୃତ ଦେହକୁ ପୋଲିସ ଜବତ କରିଛି। ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ

Odisha Darpan Digital