ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ହଟହଟା ହୋଇଛନ୍ତି।କୋର୍ଟରେ ବିବାହ ପାଇଁ ପୁଅ ପ୍ରସ୍ତୁତି ଚଳାଇଥିବାବେଳେ ବାପା କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ଥାନାର ଜିମା ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଏଡତାଳ ଗାଁର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆଉ ଆଲୋଚନା। ପୁରା ଘଟଣା ଥିଲା କିଛି ଏମିତି । ଏଡତାଳ ଗାଁର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି । ତେବେ ଗୋଟିଏରେ ଅଜୟଙ୍କର ମନ ମାନିନଥିଲା ।
ସ୍ତ୍ରୀ ପୁଅ ଥାଉ ଥାଉ ଅଜୟଙ୍କର ଚାନ୍ଦିମାଳ ଅଞ୍ଚଳର ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଗଢିଉଠିଥିଲା । ତେବେ ଅଜୟ ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ଜାଣିପାରି ତାଙ୍କ ବାପା ବିଷ୍ଣୁମୋହନ ଏବଂ ପତ୍ନୀ ତୁଳସୀ ଜେନା ବାସୁଦେବପୁର ଯାଦବ ପଡ଼ିଆ ନିକଟରେ ପହଞ୍ଚି ତାଙ୍କୁ ଧରି ବାସୁଦେବପୁର ଥାନାରେ ଜିମା ଦେଇଛନ୍ତି।ଶେଷରେ ଅଜୟ ଏବଂ ତାଙ୍କ ପରିବାରଲୋକେ ବାପା ଏବଂ ପତ୍ନୀଙ୍କ ମଧ୍ୟରେ ଆପୋଷ ଲେଖାପଢ଼ା ହେବା ପରେ ଅଜୟ ତାଙ୍କ ପ୍ରେମିକାଙ୍କୁ ନେଇ ଯାଇଛନ୍ତି। ଅପରପକ୍ଷେ ବିଷ୍ଣୁମୋହନ ତାଙ୍କ ବୋହୂଙ୍କୁ ନେଇ ଘରକୁ ଯାଇଥିଲେ। ତେବେ ଅଜୟ ଆଉ ପୈତୃକ ଘରକୁ ଯିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି।