ବନ୍ଦ ହେବ ନାହିଁ ବ୍ୟାଙ୍କ । ସ୍ଥଗିତ ରହିଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ । ୨୪ ଓ ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଲା । ଆସନ୍ତା ୨୩ ତାରିଖ ମଧ୍ୟରାତ୍ରରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। CLC ସହ ଆଲୋଚନା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ୟୁଏଫ୍ୟୁବ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି ବ୍ୟାଙ୍କ ଧର୍ମଘଟ ବନ୍ଦ ରହିଲା । ଦୁଇ ମାସ ଭିତରେ ଦାବି ବିଚାର ନେଇ ପ୍ରତିଶ୍ରୁତି ମିଳିଛି ବୋଲି ସଙ୍ଘ କହିଛି । ଦାବି ଶୁଣିବାକୁ ପ୍ରତିଶ୍ରୁତି ପରେ ବ୍ୟାଙ୍କ ଧର୍ମଘଟ ସ୍ଥଗିତ କରାଯାଇଛି ।
