ସ୍ନାନ ଯାତ୍ରା ବାତିଲ କଲା ଇସ୍କନ!

ଆମେରିକା ହଷ୍ଟନରେ ଅଦିନିଆ ରଥଯାତ୍ରାକୁ ବାତିଲ କଲା ଇସ୍କନ । ହଷ୍ଟନରେ ଇସ୍କନ ପକ୍ଷରୁ ନଭେମ୍ବର ୩ରେ ସ୍ନାନଯାତ୍ରା ଓ ନଭେମ୍ବର ୯ରେ ହେବାକୁ ଥିବା ରଥଯାତ୍ରାକୁ ନେଇ ବିବାଦ ବଢ଼ିଥିଲା । ଜଗନ୍ନାଥ ପ୍ରେମୀ ଓ ପୁରୀ ସେବାୟତଙ୍କ ପକ୍ଷରୁ ତୀବ୍ର ବିରୋଧ ହୋଇଥିଲା । ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଓ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଆପତ୍ତି ଉଠାଇଥିଲେ । ତେବେ ଏଭଳି ନିଷ୍ପତ୍ତି ପ୍ରତିବାଦରେ ଗଜପତି ମହାରାଜା ଇସ୍କନକୁ ଚିଠି କରିଥିଲେ । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରଥଯାତ୍ରା କରିବାକୁ ଗଜପତି ମହାରାଜା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ।ପରଂପରା ଅନୁସାରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । ତେବେ ଚେତାବନୀ ଦେଇଛି କଳିଙ୍ଗ ସେନା । କେବଳ ଓଡ଼ିଶା ନୁହେଁ ଅନ୍ୟ ଜାଗାରେ ଥିବା ଇସ୍କନ ମନ୍ଦିର ବନ୍ଦ କରିବାକୁ ଓଡ଼ିଆ ପ୍ରବାସୀଙ୍କୁ ଆହ୍ବାନ ଦେଇଛି ସଂଗଠନ । ଅଦିନିଆ ରଥଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଳିଙ୍ଗ ସେନା । ଇସ୍କନ ମନ୍ଦିର ସମ୍ମୁଖରେ ସମ୍ମିଳନୀ କରି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ଚେତାବନୀ ଦେଇଛି ।

ଅଧିକ ପଢନ୍ତୁ