ଜଣେ ସାଧାରଣ ଲୋକ ପାଇଁ ଡାକ୍ତର ଲେଖୁଥିବା ପ୍ରେସକ୍ରିପ୍ସନ ପଢ଼ିବା ଏତେ ସହଜ ହୋଇନଥାଏ । କେବଳ ଔଷଧ ଦୋକାନୀ ହିଁ ଏହି ଚିଠାକୁ ଦେଖି ଔଷଧ ଦେଇଥାନ୍ତି ଯାହା ଦ୍ୱରା ଔଷଧ ଠିକ କି ଭୁଲ ଜାଣିବା ସହଜ ହୁଅ ନାହିଁ । ଏନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ପ୍ରେସକ୍ରିପ୍ସନ ଲେଖିବେ, ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ ।ଡାକ୍ତରଙ୍କ ହସ୍ତାକ୍ଷର ସଂପର୍କିତ ଏକ ରିଟ ପିଟିସନର ଶୁଣାଣି କରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ ।
ଏନେଇ ମୁଖ୍ୟ ଶାସନ ସଚିବ ସର୍କୁଲାର ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍କୁଲାର ଜାରି କରି ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ଖଣ୍ଡପୀଠ ।
ହାଇକୋର୍ଟ କହିଛି ଯେ ସ୍ପଷ୍ଟ ହସ୍ତାକ୍ଷରରେ ଡାକ୍ତରମାନେ ପ୍ରେସକ୍ରିପ୍ସନ ଲେଖିବେ ଓ ଯେମିତି ସାଧାରଣ ଲୋକେ ଔଷଧ ଓ ରୋଗ ବିଷୟରେ ସହଜରେ ବୁଝିପାରିବେ | କ୍ୟାପିଟାଲ ଲେଟରରେ ଔଷଧର ନାମ ଉଲ୍ଲେଖ ରହିବ
|ନିର୍ଦ୍ଦିଷ୍ଟ କଂପାନୀର ଔଷଧ ନଲେଖି ଜେନେରିକ୍ ନାମ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି | କାରଣ ଅସ୍ପଷ୍ଟ ହସ୍ତାକ୍ଷର ଯୋଗୁଁ ରୋଗୀ ହଇରାଣ ହେବା ସହ ମେଡିକୋ-ଲିଗାଲ ଡଳ୍ୟୁମେଂଟସ ମଧ୍ୟ ପ୍ରଭାବିତ ହେଉଥିବା କହିଛନ୍ତି ହାଇକୋର୍ଟ ।