ସ୍ପାଇଡର ସତୀଶକୁ ନେଇ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ଅଭିଯୋଗରେ ଗିରଫ ହୋଇଛି ସ୍ପାଇଡର ସତୀଶ । କିପରି ପାଚେରି ଡେଇଁ ଚୋରି କରିଥିଲା ଏବଂ ଚୋରି ପରେ କିପରି ସେଠାରୁ ଖସି ଯାଇଥିଲା ତାର ଡେମୋ ଦେଖାଇଛି । ସତୀଶକୁ କମିଶନରେଟ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି । ଆଜି ରିମାଣ୍ଡର ତୃତୀୟ ଦିନରେ ଡେମୋ ଦେଖାଇଛି ସ୍ପାଇଡର ।ଖବର ଅନୁଯାୟୀ, ଜାନୁଆରୀ ୨୬ ତାରିଖରେ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଘରୁ ସୁନା-ହୀରା ସହ ନଗଦ କିଛି ଟଙ୍କା ଲୁଟ ହୋଇଥିଲା ।
ଏହାପରେ ସ୍ପାଇଡର ବିଶାଖାପାଟଣା ଚାଲିଯାଇଥିଲା । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ସ୍ପେଶାଲ ସ୍କ୍ୱାର୍ଡ ସହ ତିନୋଟି ଟିମ୍ ଗଠନ କରାଯାଇ ରାଜ୍ୟ ବାହାରକୁ ଯାଇଥିଲା, ଆଉ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଥିଲା । ଶେଷରେ ସ୍ପାଇଡରକୁ ବିଜୟଓ୍ୱାଡାକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ ।