ସ୍ପାଇଡ଼ର ସତ୍ତିର କୁକୁରଙ୍କୁ ନେଇ ଚର୍ଚ୍ଚା । ଯହାର ଫଟୋ ଏବେ ଭାଇରାଲ ହେଉଛି । ଦୁଇ ଦୁଇଟି ପତ୍ନୀ ଓ ଗାର୍ଲଫ୍ରେଣ୍ଡ ପରେ, କୁକୁରଙ୍କ ପଛରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା ସତ୍ତି ଓ କୁକୁରଙ୍କ ଖେଳିବା ପାଇଁ ପାଇଁ ଲକ୍ଷେ ଟଙ୍କିଆ “ବଲ” କିଣିଥିଲା ସ୍ପାଇଡର ଓ ପ୍ରତି ମାସରେ କୁକୁରଙ୍କ ପାଇଁ ସ୍ପା’, ବାଥରେ ଖର୍ଚ୍ଚ କରୁଥିଲା ଲକ୍ଷ ଲକ୍ଷ ଟଙ୍କା । । ସେ ଗତ ବର୍ଷ ତ୍ରିଭେନ୍ଦ୍ରମ୍ ଜେଲରୁ ବାହାରିବା ପରେ ତୃତୀୟ ସ୍ତ୍ରୀ ପାଇଁ କିଣିଥିଲା ଦୁଇଟି କୁକୁର। ଲାବ୍ରାଡର ଓ ସିଡଜୁ ପ୍ରଜାତିର କୁକୁର ପାଳୁଥିଲା । ଗୋଟିଏ କୁକୁର ୭୦ ହଜାର ଟଙ୍କାରେ କିଣିଥିବା ବେଳେ ଅନ୍ୟଟି ଦେଢ଼ ଲକ୍ଷ ଟଙ୍କାରେ କିଣିଥିଲା । ସୂଚନା ଅନୁସାରେ ମାତ୍ର ମାଟ୍ରିକ ପାସ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲଡର ଭାବେ କାମ କରିଥିଲା ।
୨୦୦୯ ମସିହାରେ ସେ ପ୍ରଥମେ ଏକ କାର କାଚ ଭାଙ୍ଗି ସୁନା ବ୍ରେସଲେଟ ଓ ଟଙ୍କା ଆଦି ଲୁଟିଥିଲା । ଏପରିକି ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା । ୫ ରାଜ୍ୟରେ କେବଳ ବଛାବଛା କୋଟିପତିଙ୍କ ଘରୁ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି । । ଗୋଟିଏ ଗୋଟିଏ ଥର ଚୋରି ପରେ ୱେଟ ଲସ ପାଇଁ ଡ଼ାଏଟ ପ୍ଲାନ ବି କରୁଥିଲା ଓ ଜିମରେ ରହୁଥିଲା, କାନ୍ଥ ଚଢିବାର ଟେକନିକ ବି ଶିଖୁଥିଲା ଓ ଅଭ୍ୟାସ ପାଇଁ ସ୍ୱତନ୍ତ୍ର ଟ୍ରେନର ରଖିଥିଲା ସ୍ପାଇଡର ଓ ଦିନକୁ ଖର୍ଚ୍ଚ ହେଉଥିଲା ୪ ହଜାରରୁ ଅଧିକ ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିବା ଅଭିଯୋଗରେ ବିଶାଖାପଟାଣାରୁ ସ୍ପାଇଡରକୁ କାବୁ କରିଛି ପୋଲିସ।