ନବଦାସ ହତ୍ୟାକାଣ୍ଡ ମାମଲା। ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୋପାଳ ଦାସର ଯାଞ୍ଚ ହେବ ସମସ୍ତ କଲ୍ ରେକର୍ଡ। ହତ୍ୟା କାଣ୍ଡର ଦୁଇ ମାସ ପୂର୍ବରୁ କାହାକାହା ସହ ଯୋଗାଯୋଗରେ ଥିଲା ଗୋପାଳ। ଖୋଜୁଛି କ୍ରାଇମ୍ବ୍ରାଂଚ । ନବଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୋପଳ ସହ ଅନ୍ୟ କିଏ ଜଡ଼ିତ ତାର ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ। ଆବଶ୍ୟକ ପଡ଼ିଲେ ଅନ୍ୟ ବ୍ୟକ୍ତିଙ୍କୁ ଜେରା ମଧ୍ୟ କରାଯିବ।ତେବେ ଗତକାଲି ପୁଣି ବାପା ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଥିଲା ପୁଅ ବିଶାଳ ଦାସ । ଏନେଇ ବିଶାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଯାହା କହିବା କଥା ସବୁ କହି ସାରିଛୁ । ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି ଭରସା ରହିଛି ।
