ସ୍ବାଧୀନତାର ମହାନାୟକ ମାଳତୀ ଚୌଧୁରୀ। ଆଜି ତାଙ୍କର ଜନ୍ମ ଜୟନ୍ତୀ

ସ୍ବାଧୀନତା ସଂଗ୍ରାମ, ସମାଜବାଦ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ନିଶା ନିବାରଣ, ଶିଶୁ ଅଧିକାର, ଭୂଦାନ ଆନ୍ଦୋଳନ, ନାଗରିକ ସୁରକ୍ଷା ଆଦି କ୍ଷେତ୍ରରେ ଆଜୀବନ ସକ୍ରିୟ ରହି ଓଡ଼ିଶାବାସୀଙ୍କୁ ସବୁ ପ୍ରକାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମହାନ ନାରୀ ନେତ୍ରୀ ମାଳତୀ ଚୌଧୁରୀ।ନାଁରୁ ଲାଗୁଛି ସତେ ଅବା ଯେମିତି ଦ୍ଵାପରର ସେଇ ଦିବ୍ୟଯୋଡି । କର୍ମ କିନ୍ତୁ ଆରମ୍ଭୀଥିଲେ ମାନବୀୟ ଅତିସାଧାରଣ । ମାଟିର ମଣିଷ ମାଟିକୁ ସଜାଡିବାକୁ ଲାଗିପଡିଲେ । ସ୍ଵାମୀ ସହିତ ମିଶି କଲେ ଆଖୁଚାଷ ।

ସ୍ଵାମୀ ସ୍ତ୍ରୀ ଦୁହେଁ ସ୍ଵାଭିମାନୀ । କେମିତି ଅବା ଇଂରେଜ ସରକାର ପାଦତଳେ ଗୁଜୁରାଣ ପାଇଁ ଚାକିରୀ କରିଥାନ୍ତେ, ଯାହାକୁ ମା’ ମାଟିରୁ ତଡିବାକୁ ଛାତି ଭିତରେ ବହ୍ନି ଜଳୁଛି । ଅନ୍ୟମାନଙ୍କୁ ବି ପ୍ରେରିତ କଲେ ଚାଷରେ ମନୋନିବେଶ କରିବା ଲାଗି । ଗ୍ରାମଜୀବନର ସାମଗ୍ରିକ ଉନ୍ନତି ଲକ୍ଷ୍ୟ ରଖି କୃଷି ସହ ଶିକ୍ଷାକୁ ମଧ୍ୟ ସମସ୍ତ ଗ୍ରାମ୍ଯ ସମାଜରେ ପ୍ରସାରିବା ପାଇଁ ଲାଗିପଡିଲେ । ବିଶେଷ କରି ନାରୀଶିକ୍ଷା ।କୃଷି ଲାଗି ‘କୃଷକ ଆନ୍ଦୋଳନ’..

ଶିକ୍ଷା ଲାଗି ‘ବାଜି ରାଉତ ଛାତ୍ରାବାସ’..

ଛୁଆଁ ଅଛୁଆଁ ଭେଦଭାବ ଦୂର ଲାଗି ‘ଉତ୍କଳ କଂଗ୍ରେସ ସମାଜବାଦୀ ସଂଘ’..

ସମାଜର ସାମୂହିକ ପ୍ରଗତି ଲାଗି ‘ଉତ୍କଳ ନବଜୀବନ ମଣ୍ଡଳ’..

ଏମିତି ଅନେକ ଅନୁଷ୍ଠାନ ଓ ଆନ୍ଦୋଳନ ମାନ ଶେଷଯାଏଁ ଚଳେଇଲେ ।

ତେବେ ୧୯୦୪ ମସିହା ଜୁଲାଇ ୨୬ରେ କୋଲକାତା ସ୍ଥିତ ମାତୁଳାଳୟରେ ସେ ଜନ୍ମ ହୋଇଥିଲେ। ମାତ୍ର ତିନି ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ଏହା ପରେ ମାଆ ତାଙ୍କୁ ନେଇ କୋଲକାତା ଚାଲିଆସିଥିଲେ। ମାଳତୀ ବାଲ୍ୟକାଳରୁ ଅତ୍ୟନ୍ତ ସ୍ବାଧୀନଚେତା ଥିଲେ। ସେଥିପାଇଁ ସେ ଭିକ୍ଟୋରିଆଙ୍କ ନାମରେ ନାମିତ ସ୍କୁଲ୍‌ରେ ପଢ଼ି ମାଟ୍ରିକ୍ ପରୀକ୍ଷା ଦେବାକୁ ମନା କରିଦେଇଥିଲେ। ବେଥୁନ ସ୍କୁଲ୍‌ରୁ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେବା ପରେ ଷୋହଳ ବର୍ଷ ବୟସରେ ଶାନ୍ତିନିକେତନର ‘ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ’ରେ ସେ ଯୋଗ ଦେଇଥିଲେ।ସେଠାରେ ରବୀନ୍ଦ୍ରନାଥ ଠାକୁରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସ୍ନାତକ ଡିଗ୍ରି ସମେତ ସଂଗୀତ, ନୃତ୍ୟ, ନାଟକ ଆଦି ବିବିଧ କଳାରେ ଗଭୀର ଜ୍ଞାନ ଆହରଣ କରିଥିଲେ। ସେହିଠାରେ ହିଁ ତାଙ୍କ ମନରେ ଦେଶପ୍ରେମ ଓ ସ୍ବାଧୀନତା ଆନ୍ଦୋଳନର ବହ୍ନି ପ୍ରଜ୍ବଳିତ ହୋଇଥିଲା। ଶାନ୍ତିନିକେତନରେ ନବକୃଷ୍ଣ ଚୌଧୁରୀଙ୍କ ସହିତ ତାଙ୍କର ଘନିଷ୍ଠତା ବଢ଼ିଥିଲା ଏବଂ ୧୯୨୭ରେ ସେମାନଙ୍କର ବିବାହ ହୋଇଥିଲା। ବିବାହ ପରେ ମାଳତୀ ଓ ନବକୃଷ୍ଣ ଓଡ଼ିଶା ଚାଲିଆସିଥିଲେ। ମାଳତୀ ଓଡ଼ିଶାକୁ ନିଜର ଘର ଓ କର୍ମଭୂମି ଭାବେ ଗ୍ରହଣ କରିନେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital