ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ମାଙ୍କେଡି କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ, ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୮ ବର୍ଷୀୟ ମଡେଲ ତନ୍ନୁ ସିଂହ ତାଙ୍କ ସ୍ୱାମୀ ରାହୁଲ ସିଂହଙ୍କ ଠାରୁ ମଜାଳିଆ କଥା ଶୁଣି ନିଜ ଦୁପଟାରେ ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପରିବାର କହିଛନ୍ତି ଯେ ରାହୁଲ ମଜାରେ ତନ୍ନୁଙ୍କୁ “ମାଙ୍କେଡି” ବୋଲି କହିଥିଲେ। ପୋଲିସ ପୋଷ୍ଟମର୍ଟମ କରି ମୃତଦେହ ପରିବାରକୁ ହସ୍ତାନ୍ତର କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇନାହିଁ।ରିପୋର୍ଟ ଅନୁସାରେ, ତନୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ସ୍ବାମୀଙ୍କ ମଜାକ୍ କଥାକୁ ଅତ୍ୟନ୍ତ ଗମ୍ଭୀର ସହ ନେଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯିବେ ବୋଲି କେହି ବିଶ୍ୱାସ କରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୋଠରୀରୁ କୌଣସି ଶବ୍ଦ ନ ଶୁଣିବା ପରେ, ପରିବାର ସଦସ୍ୟମାନେ ଝରକା ଦେଇ ଚାହିଁଲା ବେଳକୁ ତନୁଙ୍କ ମୃତଦେହ ଝୁଲୁଛି।
