ଯାଜପୁର ଛଡା ଭଦ୍ରକ ଓ କେନ୍ଦୁଝରରୁ ଆସିଛି ଝାଡ଼ାବାନ୍ତି ବ୍ୟାପିବା ଖବର । ଭଦ୍ରକରେ ପହଞ୍ଚିଛି ସ୍ୱାସ୍ଥ୍ୟ ବିଭାଗର ଟିମ । କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାର ଯାଞ୍ଚ କରାଯାଉଛି । ତେବେ ପାଣିରୁ ଝାଡ଼ାବାନ୍ତି ବ୍ୟାପି ଥିବା ସନ୍ଦେହ କରୁଛି ସ୍ବାସ୍ଥ୍ୟ ବିଭାଗ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ସୋଲମପୁର ବିରୋଳି ସ୍ଵାସ୍ଥ୍ୟକେନ୍ଦ୍ର ଅଧିନ ଦାଣ୍ଡକୁଳ ଓ ତିଖିଲିଆ ଗ୍ରାମରେ ୧୦ରୁ ୧୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ଅନ୍ୟ ଆକ୍ରାନ୍ତ ରୋଗୀ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଭଦ୍ରକ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଯାଇ ମେଡ଼ିସିନ ଦେଇଛନ୍ତି ।ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ‘ଯାଜପୁର ଝାଡା ବାନ୍ତି ଘଟଣା ପିଇବା ପାଣିରୁ ବ୍ୟାପିଥାଇ ପାରେ ଝାଡାବାନ୍ତି । ଲ୍ୟାବ ରିପୋର୍ଟ ଆସିବା ପାରେ ସ୍ପଷ୍ଟ ହେବ ।’ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଆଜି ଏନେଇ ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ । ଏ ଯାଏଁ 5 ଜଣ ମୃତ୍ୟୁବରଣ କରିଥିବା ବେଳେ 245 ଚିକିତ୍ସାଧୀନ ଅଛନ୍ତି । ଆଗୁଆ ମୌସୁମୀ ଏହାର କାରଣ । ତେଣୁ ସମସ୍ତଙ୍କୁ କୁହାଯାଉଛି ଭଲ ପାଣି ବ୍ୟବହାର କରନ୍ତୁ । ଭଣ୍ଡାରୀ ପୋଖରୀକୁ ଡାକ୍ତରୀ ଟିମ ପଠାଯାଇଛି । WHO, ICMR ଟିମ ଗ୍ରାଉଣ୍ଡରେ ଅଛନ୍ତି ।
