ରାୟଗଡ ଜିଲ୍ଲା – ରାୟଗଡ ରାୟଗଡ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧ୍ୟକ୍ଷ ଭାବେ ବିଦ୍ୟାଧର ଶବର ଓ ଉପାଧ୍ୟ7କ୍ଷ ଭାବେ ମଂଜୁଳା ମିଣିୟାକା ଙ୍କ ନାମକୁ ସରକାର ଘୋଷଣା କରିବା ପରେ ଆଜି ଶୁକ୍ରବାର ରେ , ହୋମ ପୂଜା ଅର୍ଚନା କରି ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି କେ .ନାରାୟଣ ରାଓ ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରି ନିଜ ଆସନ ଗ୍ରହଣ କରିଛନ୍ତି l ଶ୍ରୀଯୁକ୍ତ
ଶ୍ରୀଯୁକ୍ତ ବିଦ୍ୟାଧର ସହସହ କାର୍ଯ୍ୟକର୍ତ୍ତା ମହଲରେ ମା ମଝିଘରିଆଣି ଙ୍କ ମନ୍ଦିର ଯାଇ ଆର୍ଶିର୍ବାଦ ଭିକ୍ଷା କରିଥିଲେ l ପରେ କାର୍ଯ୍ୟକର୍ତ୍ତା ଙ୍କ ସହ ବିରାଟ ପଟୁଆରରେ ସହର ପରିକ୍ରମା କରି ଜିଲ୍ଲାପଳ ଶ୍ରୀ ଆଶୁତୋଷ କୁଲକରଣୀ ଙ୍କ ସହ ମିଶି ଦାୟତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ବିଦ୍ୟାଧର ଶବର ଖୁସିବ୍ୟକ୍ତ କରି ରାଜ୍ୟ ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥି ସହ ରାୟଗଡ ଜିଲ୍ଲାର ବିକାଶ ପାଇଁ ମୁଁ ଓ ମଂଜୁଳା ମିଣିୟାକ ମିଳିତ ଭାବେ କାମ କରିବୁ ବୋଲି ପ୍ରକାଶ କରିଥିଲେ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲା ପ୍ରଭାରୀ କେ.ନାରାୟଣ ରାଓ, ଜିଲ୍ଲା ସଭାପତି ଗୋପି ଆନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ଶିବ ପଟନାୟକ, କାର୍ଯ୍ୟକାରି ସଦସ୍ୟ ୟାଲା ଭେଙ୍କେଟେଶ୍ୱର ରାଓ (କୋଣ୍ଡାବାବୁ, ରାମନାଗୁଡା ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ, ସାଧାରଣ ସମ୍ପାଦକ ରଘୁନାଥ ସାମଲ , ଯୁବ ମୋର୍ଚା ରାଜ୍ୟ ଉପସଭାପତି ଉମେଶ ଖୋସ୍ଲା , ବେଲଧର ମାଝି ,ପୂର୍ବତନ ଯୁବ ମୋର୍ଚ୍ଚା ସଭାପତି ଶିବାଜୀ ଦାଶ, ବରିଷ୍ଠ ଆଇନଜୀବି ବିରଜା ପାତ୍ର, ବୀରବାବୁ ,ଆଦୀନାରାୟଣ ,ଏଲ ଏମ ପଟନାୟକ , କୃଷ୍ଣ ପଟନାୟକ , ପ୍ରମୁଖ ଉପସ୍ଥିତ ଥିଲେ ।
