ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା! ଆଜିଠୁ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଆଜି ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।  ୧୧ ଓ ୧୨ ଦୁଇ ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚୁରା କରିବ ବୋଲି ଅନୁମତି ମିଳିଛି ।  ଏହି ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ଦୁଇ ଦିନିଆ ରିମାଣ୍ଡ ପ୍ରଦାନ କରିଥିଲେ କୋର୍ଟ। ତେବେ ବୋର୍ଡର ଆଉ କେଉଁ କେଉଁ କର୍ମଚାରୀ ଏହି ଘୋଟଲାରେ ସଂପୃକ୍ତ ସେ ନେଇ ମଧ୍ୟ ଏକାଧିକ ପ୍ରଶ୍ନ ପ୍ରସ୍ତୁତ କରି ରଖିଛି କ୍ରାଇମବ୍ରାଞ୍ଚ ।  ଏହି ଦୁଇ ଦିନର ରିମାଣ୍ଡରେ ଅନେକ କିଛି ତଥ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଦୁଇ ଅଭିଯୁକ୍ତ ଓଗାଳିବେ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ