ସ୍ୱତନ୍ତ୍ର ଟ୍ରେନ୍ରେ ଅଯୋଧ୍ୟା ଓ ବାରଣାସୀ ଯାତ୍ରା କଲେ ତୀର୍ଥଯାତ୍ରୀ । ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଯାତ୍ରା କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବେ । ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ଲାଟ୍ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।ତୀର୍ଥଯାତ୍ରାରେ କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳର ୭୭୫ ଜଣ ବରିଷ୍ଠ ନାଗରିକ ରହିଛନ୍ତି । ସେମାନଙ୍କୁ ସହଯୋଗ କରିବାକୁ ୨୫ଜଣ ଅଧିକାରୀ ଯାତ୍ରା କରିଛନ୍ତି । ସେପ୍ଟେମ୍ବର ୧୦ ଅର୍ଥାତ୍ ଆଜିଠୁ ତୀର୍ଥଯାତ୍ରାରେ ଯାଇ ୧୫ ତାରିଖରେ ଭୁବନେଶ୍ୱର ଫେରିବେ । ତୀର୍ଥଯାତ୍ରୀମାନେ ମଙ୍ଗଳବାର ନିଜ ନିଜ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ସରକାରଙ୍କ ପକ୍ଷରୁ ହୋଇଥିବା ୫ଟି ଅସ୍ଥାୟୀ ରହଣି ସ୍ଥଳ କ୍ୟାପିଟାଲ୍ ହାଇସ୍କୁଲ୍, ୟୁନିଟ-୯ ବାଳିକା ଏବଂ ବାଳକ ଉଚ୍ଚ ବିଦ୍ୟାଳୟ, ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ରହିଥିଲେ । ତୀର୍ଥଯାତ୍ରା ଲାଗି ସବୁ ବ୍ୟବସ୍ଥା ସହ ତାଙ୍କୁ ସ୍ୱତନ୍ତ୍ର କିଟ୍ ଯୋଗାଇ ଦିଆଯାଇଛି ।
