ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ଅତ୍ୟନ୍ତ ଜରୁରୀ:ପ୍ରତିରକ୍ଷା ମନ୍ତ୍ରୀ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଓ ରଣନୈତିକ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଭାରତ ଏବେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହେବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଆୟୋଜିତ ଜାତୀୟ ପ୍ରତିରକ୍ଷା ଶିଳ୍ପ ସମ୍ମିଳନୀ ୨୦୨୬ରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ରୁଷ-ୟୁକ୍ରେନ ଏବଂ ଇରାନ-ଇସ୍ରାଏଲ ସଂଘର୍ଷ ଆଧୁନିକ ଯୁଦ୍ଧ କ୍ଷେତ୍ରରେ ଡ୍ରୋନ୍ ଓ ଆଣ୍ଟି-ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ଅପରିହାର୍ଯ୍ୟତାକୁ ପ୍ରମାଣିତ କରିଛି।ଡ୍ରୋନ୍ ନିର୍ମାଣର ଗୁରୁତ୍ୱ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ରଣନୈତିକ ସ୍ୱାୟତ୍ତତା, ପ୍ରତିରକ୍ଷା ପ୍ରସ୍ତୁତି ଏବଂ ଆତ୍ମନିର୍ଭରଶୀଳତା ପାଇଁ ସ୍ୱଦେଶୀ ଡ୍ରୋନ୍ ଉତ୍ପାଦନ ପାଇଁ ଏକ ଇକୋସିଷ୍ଟମ ଜରୁରୀ। ଆଜି, ଭାରତରେ ଏକ ଡ୍ରୋନ୍ ଉତ୍ପାଦନ ଇକୋସିଷ୍ଟମ ସୃଷ୍ଟି କରିବାର ଆବଶ୍ୟକତା ଅଛି ଯେଉଁଥିରେ ଆମେ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ।”ଯଦିଓ ଏହି ଉପାଦାନଗୁଡ଼ିକ ପାଇଁ ବିଶ୍ୱର ଅନେକ ଦେଶ ଅନ୍ୟ ଉପରେ ନିର୍ଭର କରନ୍ତି, କିନ୍ତୁ ଭାରତକୁ ଏହି ଆହ୍ୱାନକୁ ସ୍ୱୀକାର କରି ନିଜସ୍ୱ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ହେବ। ଏଥିସହିତ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ରୋବୋଟିକ୍ସ ଓ ସିମୁଲେସନ୍ ପ୍ରଯୁକ୍ତିବିଦ୍ୟାକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ସାମିଲ କରିବା ପାଇଁ ସେ ଶିଳ୍ପ ଜଗତକୁ ପରାମର୍ଶ ଦେଇଛନ୍ତି।

ଅଧିକ ପଢନ୍ତୁ