ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

୭୯ ତମ ସ୍ୱାଧୀନତା ଦିବସକୁ ନେଇ ସାରା ଦେଶରେ ନାହିଁ ନ ଥିବା ଉତ୍ସାହ ।ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥିରେ ଭାରତ ମାତା କି ଜୟ ଲେଖିବା ସହ ଯୁଦ୍ଧବିମାନ, ତ୍ରିରଙ୍ଗା ଆଦି ବାଲିରେ ନିର୍ମାଣ କରିଛନ୍ତି ସୁଦର୍ଶନ । ଏହା ସହ ସୁଦର୍ଶନ ପୁରୀ ବେଳାଭୂମିରେ ଅପରେସନ ସିନ୍ଦୂର ଥିମ୍ ରେ ସୁନ୍ଦର ବାଲୁକା ଚିତ୍ରକଳା ଗଢିଥିବା ବେଳେ ଭାରତ ମାନଚିତ୍ରରେ ସିନ୍ଦୂରର ପ୍ରତିକୃତିକୁ ଦର୍ଶାଇଛନ୍ତି । ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକାକଳାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ଛବି ତିଆରି କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଧିକ ପଢନ୍ତୁ