ସ୍ୱାଭାବିକ ତୁଳନାରେ ଦ୍ରୁତ ଘୂରିଛି ପୃଥିବୀ । ଫଳରେ ଦିନରୁ କିଛି ସମୟ କମିଛି । ଆସନ୍ତା ୨୨ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ପୃଥିବୀ ଅପେକ୍ଷାକୃତ ଦ୍ରୁତ ଘୂରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଚନ୍ଦ୍ରର ସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରିବ, ଯାହା ଫଳରେ ପ୍ରତ୍ୟେକ ଦିନ ସାଧାରଣ ତୁଳନାରେ ୧.୩ରୁ ୧.୫୧ ମିଲିସେକେଣ୍ଡ୍ ମଧ୍ୟରେ ଛୋଟ ହେବ ।ଜୁଲାଇ ୨୨ ତାରିଖ ଓ ଅଗଷ୍ଟ ୫ ତାରିଖରେ ମଧ୍ୟ ୨୪ ଘଣ୍ଟା ପୂରଣ ହେବାର କିଛି ମିଲିସେକେଣ୍ଡ ପୂର୍ବରୁ ଦିନଟି ଶେଷ ହୋଇଯିବ । ପୃଥିବୀ ନିଜ ଅକ୍ଷ ପଥରେ ସଂପୂର୍ଣ୍ଣ ଥରେ ଘୁରିବାକୁ ୮୬ ହଜାର ୪୦୦ ସେକେଣ୍ଡ ବା ୨୪ ଘଣ୍ଟା ସମୟ ନେଇଥାଏ, ଯାହାକୁ ଗୋଟିଏ ଦିନ ହିସାବରେ ଗଣନା କରାଯ।ଏ । ହେଲେ ଏବେ ଚନ୍ଦ୍ରର ଅବସ୍ଥିତି ପୃଥିବୀର ଘୂର୍ଣ୍ଣନକୁ ପ୍ରଭାବିତ କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଲଗାତାର ଏଭଳି ଛୋଟ ଦିନ ଆସିଲେ ଆଗାମୀ ଦିନରେ ଘଡ଼ିର ସମୟକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ ।କିନ୍ତୁ ଗତ ବର୍ଷମାନଙ୍କରେ ବୈଜ୍ଞାନିକମାନେ ପୃଥିବୀର ଘୂର୍ଣ୍ଣନରେ ଅନ୍ତର ଲକ୍ଷ୍ୟ କରିଛନ୍ତି । ୨୦୨୦ ମସିହାରେ ବୈଜ୍ଞାନିକମାନେ ଜାଣିବାକୁ ପାଇଲେ, ୧୯୭୦ ମସିହାରେ ପୃଥିବୀର ଘୂର୍ଣ୍ଣନ ରେକର୍ଡ ହେବା ପରଠୁ କୌଣସି ବିନ୍ଦୁ ତୁଳନାରେ ଏହା ଅଧିକ ଦ୍ରୁତ ବେଗରେ ଘୂରୁଥିଲା । ୨୦୨୪, ଜୁଲାଇ ୫ ତାରିଖରେ ପୃଥିବୀର ସର୍ବକାଳୀନ ଛୋଟ ଦିନ ରେକର୍ଡ କରାଯାଇଥିଲା, ଯାହା ୨୪ ଘଣ୍ଟାରୁ ୧.୬୬ ମିଲିସେକେଣ୍ଡ୍ ଛୋଟ ଥିଲା ।
