ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା

ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା । ଏନେଇ ଗୁରୁବାର ୧୦୮ କର୍ମଚାରୀ ମହାସଂଘ ସୂଚନା ଦେଇଛି । । କିଛିଦିନ ହେବ ରାଜରାସ୍ତାକୁ ଓହ୍ଲାଇଥିଲେ ଆମ୍ୱୁଲାନ୍ସ କର୍ମଚାରୀ । ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କମ୍ପାନୀ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ଦରମା ଦେଉଥିବା କର୍ମଚାରୀ ଅଭିଯୋଗ କରିଥିଲେ ।

ଏହାସହ ବିନା କାରଣରେ ଛଟେଇ କରାଯାଇଥିବା ୯୪ କର୍ମଚାରୀଙ୍କୁ ପୁନର୍ନିଯୁକ୍ତି, ଗ୍ରାଚୁଇଟି ସହ ୫ ତାରିଖ ଭିତରେ ଦରମା, ୧୨ ଘଣ୍ଟା କାମ ପାଇଁ ୧୨ ଘଣ୍ଟାର ଦରମା ଭଳି ବିଭିନ୍ନ ଦାବି ରହିଥିଲା । ଦାବିପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଥିଲା ସଂଘ ।ଅନ୍ୟପଟେ ସମସ୍ତ କର୍ମଚାରୀ ଆମ୍ବୁଲାନ୍ସର ଜିପିଏସ୍ ବନ୍ଦ କରି ଅଫଲାଇନରେ ସେବା ଯୋଗାଉଥିବା କହିଛନ୍ତି । ସେପଟେ ପରିଚାଳନା ଦାୟିତ୍ବ ନେଇଥିବା ଜିଭିକେ ସଂସ୍ଥା ମୁଖ୍ୟ କହିଛନ୍ତି ବୈଷୟିକ ସମସ୍ୟା ପାଇଁ ଦରମା ଦେବାରେ ବିଳମ୍ବ ହୋଇଥିଲା। ସମସ୍ୟା ସମାଧାନ ପରେ ଦରମା ପ୍ରଦାନ କରାଯାଇଛି ।

ଅଧିକ ପଢନ୍ତୁ