ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା

ସ୍ୱାମୀକୁ ବଞ୍ଚାଇବାକୁ ଯାଇ ଭାଲୁ ସହ ଲଢ଼ିଲେ ମହିଳା । ବାଜିରେ ଲଗାଇଦେଲେ ଜୀବନ । ସ୍ବାମୀଙ୍କୁ ଆକ୍ରମଣ କରୁଥିବା ଭାଲୁକୁ ଠେଙ୍ଗା ପାହାର ଦେଲେ ମହିଳା । ଜଙ୍ଗଲକୁ ଦୌଡ଼ି ପଳାଇଲା ଭାଲୁ । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଭାଲିଆନାଳ ଗାଁରେ ଘଟିଛି ଘଟଣା । ଏହି ଗାଁର ମାଲିଦେ ସୋରେନ ଓ ତାଙ୍କ ସ୍ତ୍ରୀ ଲିଲି ସୋରେନ ଗତକାଲି ଅପରାହ୍ଣରେ ପତ୍ର ସଂଗ୍ରହ କରିବାକୁ ପାଖ ଜଙ୍ଗଲକୁ ଯାଇଥିଲେ ।

ସେଠାରେ ୬ ଟିକିଆ ଏକ ଭାଲୁ ପଲଙ୍କ ସହ ସେମାନେ ସାମନାସାମନି ହୋଇଥିଲା । ଗୋଟିଏ ଭାଲୁ ମାଲଦେଙ୍କୁ ଆକ୍ରମଣ କରିଥିଲା । ମାଲଦେ ନିଜ ଜୀବନ ରକ୍ଷା ପାଇଁ ଭାଲୁ ସହ ଲଢ଼ିଥିଲେ । ସେତିକି ବେଳେ ସ୍ତ୍ରୀ ଲିଲି ଏକ ଠେଙ୍ଗାରେ ଭାଲୁକୁ ଆକ୍ରମଣ କରିଥିଲେ । ମାଲଦେଙ୍କୁ ଛାଡି ଭାଲୁଟି ଜଙ୍ଗଲକୁ ଦୌଡ଼ି ପଳାଇଥିଲା । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ମହିଳା ଜଣଙ୍କ ସାହସ ପାଇଁ ଆଜି ତାଙ୍କ ସ୍ୱାମୀର ଜୀବନ ବଞ୍ଚିଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ତାଙ୍କର ପ୍ରଶଂସା ହେଉଛି ।

ଅଧିକ ପଢନ୍ତୁ