ପାରିବାରିକ କହଳକୁ କେନ୍ଦ୍ର କରି ଗୁରୁବାର ଜଣେ ମହିଳା କୋରାପୁଟ ନିକଟ କୋଲାବ ଜଳଭଣ୍ଡାରକୁ ଡେଇଁ ନିଖୋଜ ଅଛନ୍ତି। ନିଖୋଜ ମହିଳା ହେଲେ ଚାନ୍ଦିନୀ ବିଶୋୟୀ। ନିଖୋଜ ଚାନ୍ଦିନୀଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ଆଜିର ଦିନରେ ବେସ୍ତ ବହୁଳ ଜୀବନ ଭିତରେ ନିଜ ନିଜ ର କାମ କିମ୍ବା କୌଣସି କଥାକୁ ନେଇ ମଣିଷ ନିଜର ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନ ଥିବା ବେଳେ, ନିଜର ପରିବାରର କଥା ମଧ୍ୟ ଭୁଲିଯାଇ ଏଭଳି ନିଷ୍ପତ୍ତି ନେଇ ନିଜର ଜୀବନ ହାରି ଦେଇଥାଏ ।
ଦିନ କୁ ଦିନ ଆତ୍ମହତ୍ୟାର ସଂଖ୍ୟା ବଢ଼ିବାରେ ଲାଗୁଥିବା ବେଳେ ଆଜି ଏମିତି ଏକ ଖବର ସାମ୍ନା କୁ ଆସିଛି ।ସୂଚନା ଅନୁସାରେ ଜିଲ୍ଲାର ଦଶମନ୍ତପୁର ଥାନା ଅନ୍ତର୍ଗତ ଲୁଲା ଗାଁର ଚାନ୍ଦିନୀ ୬ ବର୍ଷ ପୂର୍ବରୁ କେରାପୁଟ ସଦର ଥାନା ଅଧିନ କୁସମଗୁଡ଼ା ଅଞ୍ଚଳର ବିବାହ କରିଥିଲେ। ସ୍ବାମୀ, ସ୍ତ୍ରୀ ଓ ତାଙ୍କର ଗୋଟିଏ ପିଲାଙ୍କୁ ନେଇ ପରିବାର। ଏମାନେ ସମସ୍ତେ କୋରାପୁଟରେ ରହୁଛନ୍ତି। ତାଙ୍କର ସ୍ବାମୀ କୋାରାପୁଟର କୃଷି ବିଭାଗରେ କାର୍ଯ୍ୟରତ ଅଛନ୍ତି। ଆଜି ଦୀପାବଳି ହେତୁ ଚାନ୍ଦିନୀଙ୍କ ସ୍ବାମୀ କୁସମଗୁଡ଼ା ଯିବାକୁ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରିଥିଲେ। ଫଳରେ ତାଙ୍କର ସ୍ବାମୀ ଛୁଆକୁ ନେଇ ଗାଁକୁ ଯାଇଥିଲେ। ସ୍ବାମୀ ଗାଁକୁ ଯିବା ପରେ ଫୋନରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ସେମାନଙ୍କ ମଧ୍ୟରେ କ’ଣ କଥା ହୋଇଥିଲା ତାହା ଜଣାପଡ଼ି ନାହିଁ। ଏହାରି ମଧ୍ୟରେ ଚାନ୍ଦିନୀ କେରାପୁଟରୁ ସୁନାବେଡା ଯିବା ରାସ୍ତାରେ ଦୁରୁଗୁଡ଼ା ପୋଲ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁପଡ଼ିଛନ୍ତି।