ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା ଲାଇଭ ର ୨୪ ଘଣ୍ଟା ରେ ମୃତ୍ୟୁଘଟଣାକୁ ମିଳିମିଶି ଚପାଇବାକୁ ଚାଲିଛି ବଡ ଡ଼ିଲ !

ରାୟଗଡ଼- ରାୟଗଡ ଜିଲ୍ଲା କଲ୍ୟାଣ ସିଂ ପୂର ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ଓ ଡାକ୍ତର ବାହାରେ ବୁଲୁଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଚିକିତ୍ସା ନ କରିବା ଘଟଣା ସାମନାକୁ ଆସିଥିଲା . ହେଲେ ରୋଗୀଙ୍କୁ ଧରି ଯାଇଥିବା ଜଣେ ବ୍ୟକ୍ତି ଡାକ୍ତର ଙ୍କ ଅନୁପସ୍ଥିତି କୁ ଫେସବୁକ ରେ ଲାଇଭ କରିଥିଲେ .କିନ୍ତୁ ତାକୁ ଖାତର କରିନଥିଲେ ବାହାରେ ବୁଲୁଥିବା ଦାନ୍ତ ଡାକ୍ତର ହିରାଚାନ୍ଦ . ପଚାରିବାରୁ ବାହାରେ ବୁଲୁଥିବା ଉକ୍ତ ଡାକ୍ତର ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଆକ୍ରମଣ କରିବାକୁ ଆସିଥିବା ଦେଖିବାକୁ ମିଳିଛି ଏମିତିକି ଡାକ୍ତରଙ୍କ ସହ ଥିବା କିଛି ବ୍ୟକ୍ତି ମଧ୍ୟ ଡାକ୍ତରଙ୍କ ଇସାରାରେ ଉକ୍ତ ଯୁବକ ଜଣକୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା .
ହେଲେ ଘଟଣା କୁ ୨୪ ଘଣ୍ଟା ନ ପୂରୁଣୁ ଅବ୍ୟବସ୍ଥା କୁ ଫେସବୁକ ରେ ଲାଇଭ କରିଥିବା ଯୁବକଙ୍କ ମୃତ ଦେହ ନିକଟସ୍ଥ ଜଙ୍ଗଲ ରୁ ଉଦ୍ଧାର ହୋଇଛି ହେଲେ ତାଙ୍କର ମୁର୍ତ୍ୟୁ ପାଇଁ ଡାକ୍ତର ଙ୍କ ଷଡ଼ଯନ୍ତ୍ର ଡାକ୍ତର ମାଇଦେଇଛନ୍ତି ବୋଲି ଅଭିଯୋଗର ଆସିଛି .ହେଲେ ଘଟଣାକୁ ଚପାଇବାକୁ ଯେଉଁ ଉଦ୍ୟମ ଚାଲିଛି ତାକୁ ଦେଖିଲେ ସନ୍ଦେହ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଆଡେ ଆଙ୍ଗୁଳି ନିଁର୍ଧେସ ହେଉଛି .

ଯଦି ହତ୍ୟା ନୁହେ ତେବେ ଉକ୍ତ ଘଟଣାକୁ କାହିଁକି ଚାପାଇବାକୁ ଉଦ୍ୟମ ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ ହେଉଛି .
ପ୍ରକାଶ ଯେ , ସାଙ୍ଗ ପୂର୍ଣ୍ଣ ବାଗକୁ ନେଇ ଚିକିତ୍ସା ପାଇଁ ବୁଧବାର ସନ୍ଧ୍ୟାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ଚିକିତ୍ସା ସୁବିଧା ନମିଳିବାରୁ ଡାକ୍ତରଙ୍କୁ ପଚାରିବା ସହିତ ଭିଡ଼ିଓ କରିଥିଲେ ୟ୍ୟୁଟୁବର ସଞ୍ଜୟ ବିଡ଼ିକା । ଚିକିତ୍ସାରେ ଅବହେଳା ନେଇ ସଂଜୟ ନିଜର ୟ୍ୟୁଟୁବରେ ଛାଡ଼ିଥିଲେ । ଉକ୍ତ ସମୟରେ ଡାକ୍ତର, ସିକ୍ୟୁରିଟି ଗାର୍ଡ଼ ସଞ୍ଜୟଙ୍କୁ ଭିଡ଼ିଓ କରିବା ବନ୍ଦ କରିବାକୁ କହିବା ସହିତ ବଚସା କରିଥିଲେ । ଯାହା ଉକ୍ତ ଭିଡ଼ିଓରୁ ଜଣାପଡ଼ୁଛି । ପରବର୍ତି ସମୟରେ ଶୁକ୍ରବାର ରାତିରେ ସଞ୍ଜୟଙ୍କ ମୃତଦେହ କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ ବୃନ୍ଦାବାଡ଼ି ରେଳ ଧାରଣାରେ ମିଳିଥିଲା । ଖବରପାଇ ରେଳବାଇ ପୋଲିସ ପହଂଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ହୀରାଚାନ୍ଦ ପଟନାୟକ, ଇନଚାର୍ଜ ସୁମିରନ ରାଉତ ଓ ସିକ୍ୟୁରିଟି ଜୟଦେବ ବାଗ ହତ୍ୟା କରିଥିବା ସନ୍ଦେହ କରି ପରିବାରବର୍ଗ ଓ ଅଂଚଳବାସୀ ଉତେଜିତ ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଘେରାଉ କରିଥିଲେ । ଏନେଇ ସଞ୍ଜୟଙ୍କ ପତ୍ନୀ ସରିତା ବିଡ଼ିକା କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଉକ୍ତ ଅଭିଯୋଗ ଅନୁସାରେ କଲ୍ୟାଣସିଂହପୁର ବଡ଼ଦ୍ୱାର ସାହି ନିବାସୀ ସଞ୍ଜୟ ନିଜ ସର୍ମ୍ପକୀୟ ଶଳା ପାର୍ସାଲି ପଂଚାୟତର ଭାଲେରି ଗ୍ରାମର ପୂର୍ଣ୍ଣ ବାଗଙ୍କୁ ନେଇ ବୁଧବାର କଲ୍ୟାଣସିଂହପୁର ମେଡ଼ିକାଲକୁ ଯାଇଥିଲେ । ସେଠାରେ ସନ୍ଧ୍ୟା ୬ଟାରେ ଚିକିତ୍ସା ଦିଆନଯିବା ନେଇ ଡାକ୍ତର କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗୁରୁବାର ଦିନ ସଞ୍ଜୟ ତାଙ୍କ ବଡ଼ ଶଳା ବିକାଶଙ୍କ ସହିତ ପୁଣି ଥରେ ମେଡ଼ିକାଲ ଯାଇ ବୁଝାମଣା କରିବା ପାଇଁ ଚେଷ୍ଟା କରିଥିଲେ ହେଁ ଡାକ୍ତର ପଟନାୟକ, ଇନଚାର୍ଜ ଡ.ରାଉତ କୌଣସି ବୁଝାମଣା କରିବେ ନାହିଁ ଏବଂ ଥାନାରେ ଏତଲା ଦେଇଥିଲେ । ତଥାପି ସଞ୍ଜୟଙ୍କ ବଡ଼ ଶଳା ତଥା ପାରସାଲି ପଂଚାୟତର ସମିତି ସଭ୍ୟ ବିକାଶ ପୁଣି ଥରେ ମେଡ଼ିକାଲ ଯାଇ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ ହେଁ ଇନଚାର୍ଜ ରାଉତ ମନା କରିଦେଇଥିବା ବିକାଶ କହିଛନ୍ତି । ତେବେ ପରବର୍ତି ସମୟରେ ସନ୍ଧ୍ୟାରେ ସଞ୍ଜୟଙ୍କ ମୃତ ଦେହ ରେଳ ଧାରଣାରେ ମିଳିଥିଲା । ଏନେଇ ଶନିବାର ପରିବାରବର୍ଗ ଓ ଅଂଚଳବାସୀ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ କଲ୍ୟାଣସିଂହପୁର ଆଇଆଇସି ନୀଳକଣ୍ଠ ବେହେରା, ଚାନ୍ଦିଲି ଥାନା ଆଇଆଇସି ଉତମ ବେହେରାଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ହଟିଥିଲେ । ଏନେଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ.ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେବା ସହିତ ଏନେଇ ସିଡିଏମଓଙ୍କୁ ପଚାରନ୍ତୁ ବୋଲି କହିଥିଳେ । ଏନେଇ ଭାରପ୍ରାପ୍ତ ସିଡିଏମଓ ଡ.ପ୍ରଫୁଲ କୁମାର ପାଢ଼ୀଙ୍କୁ ସଞ୍ଜୟଙ୍କ ହତ୍ୟା ନେଇ ଅଭିଯୋଗ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ଫୋନ୍‌ରେ ପଚାରିବାରୁ ଦୁଇ ଜଣ ଡାକ୍ତର ମିଶି କେବେ ହତ୍ୟା କରିପାରିବେ କି ବୋଲି ପାଲଟା ପ୍ରଶ୍ନ କରିଥିଲେ ଡ.ପାଢ଼ୀ । ଡାକ୍ତର କେବେ କୌଣସି ଦୁର୍ବ୍ୟବହାର କରିନଥିବେ ଏବଂ ଯେହେତୁ ଘଟଣା ଘଟିଛି ତେଣୁ ଏହାର ସମାଧାନ ପାଇଁ ଆମେ ଚେଷ୍ଟା କରୁଛୁ । ଏନେଇ ଆଇଆଇସି ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ହେଲେ ଅନ୍ୟପଟେ ଡାକ୍ତର ମଧ୍ୟ ସଞ୍ଜୟଙ୍କ ନାଁରେ ପୂର୍ବରୁ ଥାନାରେ ଏତଲା ଦେଇଥିବା ଡ.ପାଢ଼ୀ କହିଛନ୍ତି । ହେଲେ ବର୍ତମାନ ଏଠି ପ୍ରଶ୍ନ ଉଠୁଛି ଯେ, ସଞ୍ଜୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ପତ୍ନୀ ଓ ତାଙ୍କ ୩ ବର୍ଷର ଝିଅ ଅସହାୟା ପାଲଟି ଯାଇଛନ୍ତି ।
ଘଟଣା କୁ ନେଇ ସନ୍ଦେହ ଘେରରେ ଥିବା ଡାକ୍ତର ହିରାଚାନ୍ଦ ଙ୍କୁ ଫୋନ ମାଧ୍ୟମରେ ଯୋଗା ଯୋଗ କରିବାରୁ ଦୀର୍ଘ ସମୟ ଧରି ମୋବାଇଲ ସୁଇଚ ଅଫ ଏଣୁ ଡାକ୍ତରଙ୍କ ପ୍ରତି ସନ୍ଦେହ ଦ୍ରୁଢୀ ଭୁତ ହେବାରେ ଲାଗିଛି ଯଦି ତାଙ୍କ ସମ୍ପୃକ୍ତି ନାହିଁ ତେବେ ସୁଇଚ ଅଫ କରି କାହିଁକି ବସିଛନ୍ତି ବୋଲି ପ୍ରଶ୍ନ ହେଉଛି .

ଅଧିକ ପଢନ୍ତୁ

kc ads