ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରାରେ ବୁହାହେଲେ ରୋଗୀ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ।୫ କିଲୋମିଟର ଭାରରେ ବୁହା ହେଲେ ରୋଗୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତ ବଡ଼ ଆଞ୍ଚୁପା ଗାଁରରୁ ଆସିଛି ଏପରି ଘଟଣା ।ଗାଁର ୩୫ ବର୍ଷୀୟ ଯୁବକ ଦେବରାଜ ରଇତ ଗୁରୁତର ରୋଗାକ୍ରାନ୍ତ ହେବା ପରେ ତାଙ୍କୁ ମେଡିକାଲ ନେବାକୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନି । ଫଳରେ ପାଞ୍ଚ କିଲୋମିଟର ଦୋଳାରେ ବୁହା ହୋଇ ଜଙ୍ଗଲ ରାସ୍ତା ଦେଇ ମାଡ , ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଠାରୁ ଏକ ଅଟୋରେ ପାତ୍ରପୁର ଡାକ୍ତରଖାନାକୁ ନିଆଯାଇଛି । ଦେବରାଜ କିଛି ବର୍ଷ ଧରି ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗାଁକୁ ଫେରି ଆସିଥିଲେ ।ଗାଁକୁ ଫେରିବା ପରେ ତାଙ୍କୁ ପ୍ରବଳ କାଶ ହୋଇଥିଲା । ଏପିରିକି କାଶରେ ରକ୍ତ ପଡ଼ିବାରୁ ସେ ଗୁରୁତର ହୋଇପଡିଥିଲେ । ଏହାପରେ ତାଙ୍କୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଗାଁକୁ ଠିକ୍ ରାସ୍ତା ନଥିବାରୁ ପରିବାର ଲୋକେ ଯୁବକଙ୍କୁ ୫ କିମି ଯାଏଁ ଦୋଳାରେ ବୁହାଇଲେ । ସେପଟେ ଏହି ଘଟଣା ପରେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ।

ଅଧିକ ପଢନ୍ତୁ