ହଜାରି ବରାଡ ମରି ବି ଅମର

ନୟାଗଡ଼,(ଓଡ଼ିଶା ଦର୍ପଣ): ଶରଣକୁଳ ନିକଟ କଟରାଝରୀ ଗ୍ରାମରେ ମୃତ ଗ୍ରାମ ମୁଖିଆ ହଜାରି ବରାଡଙ୍କ ଏକାଦଶାହ ଅବସରରେ ବରିଷ୍ଠ ବାମପନ୍ଥୀ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ! ହଜାରି ବରାଡ ଜୀବଦ୍ଦଶାରେ ନିଜ ମୃତ୍ୟୁ ପରେ ତାଙ୍କ ଶରୀର କଟକ ବଡ଼ ଡ଼ାକ୍ତରଖାନାକୁ ହସ୍ତାନ୍ତର କରି ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଗବେଷଣାରେ ଲାଗିବା ପାଇଁ ଇଛାପତ୍ର ସଂପାଦିତ କରିଥିଲେ ଓ ତାଙ୍କର ଏକମାତ୍ର ପୁତ୍ର ପବିତ୍ର ଇନ୍ଦ୍ରଜିତ ପିତାଙ୍କ ଶେଷ ଇଛା ପୂରଣ କରିଥିଲେ ! ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ନୟାଗଡ଼ ତଥା ସ୍ଥାନୀୟ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ପିତା ଓ ପୁତ୍ରଙ୍କର ସାଧୁ ଲକ୍ଷ୍ୟର ଭୂୟସୀ ପ୍ରଶଂସା କରିଥିଲେ ଏବଂ ପଚାଶରୁ ଉର୍ଦ୍ଧ୍ବ ବ୍ୟକ୍ତି ସ୍ଵର୍ଗତ ବରାଡଙ୍କ ପଦାଙ୍କ ଅନୁସରଣ କରିବାକୁ ଶପଥବଦ୍ଧ ହୋଇଥିଲେ ! ବୈଜ୍ଞାନିକ ବିଚାରଧାରାର ପ୍ରାଦେଶିକ ପ୍ରବକ୍ତା ଦେବେନ୍ଦ୍ର ସୂତାର ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଅନ୍ଧବିଶ୍ୱାସ, କୁସଂସ୍କାର ବିରୁଦ୍ଧରେ ଏକ ବିଜ୍ଞାନ ସମ୍ମତ ବିଚାରଧାରାକୁ ଭିତ୍ତିକରି ସମାଜ ଆଗକୁ ବଢ଼ିପାରିବ ବୋଲି ମତବ୍ୟକ୍ତ କରିଥିଲେ ! କଟରାଝରୀ ଗ୍ରାମବାସୀ ହଜାରିଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଉତ୍ସାହ ସହକାରେ ଏହି ସଭାରେ ଯୋଗଦେଇଥିଲେ ! କୋଡିଏ ଜଣ ମୃତ୍ୟୁ ପରେ ନିଜ ଶରୀରକୁ ଦାହ ନକରି ମେଡିକାଲ କଲେଜକୁ ପ୍ରଦାନ ନିମନ୍ତେ ଇଛାପତ୍ର ସଂପାଦିତ କରିଥିଲେ ଏହି ସଭାରେ ! ଅନ୍ୟ ମାନଙ୍କ ମଧ୍ୟରେ ଭଗବାନ ସାହୁ, ଅନାଦି ଚରଣ ମହାନ୍ତି, ପାଣ୍ଡବ ନାୟକ, ହରିଶ୍ଚନ୍ଦ୍ର ମିଶ୍ର, ଗୋଲକବିହାରୀ ମୁଦୁଲି, ବିଭୁପ୍ରସାଦ ମିଶ୍ର, ଆଲୋକ ପ୍ରଧାନ, କାମାକ୍ଷାପ୍ରସାଦ ଦାଶ, ସନ୍ତୋଷ କୁମାର ଷଡଙ୍ଗୀ, ମେଡିକାଲ ଡକ୍ଟର ସାହୁ, ଋଷି ପ୍ରଧାନ, ଦୀପକ ଜେନା, ମନୋଜ କୁମାର ମିଶ୍ର, ଅଧ୍ୟାପକ ଅନ୍ତର୍ଯ୍ୟାମୀ ଜେନା, ପରମାନନ୍ଦ ସ୍ବାଇଁ, ସୁକାନ୍ତ କୁମାର ଚଉଧୁରୀ, ପ୍ରମୁଖ ସ୍ମୃତିଚାରଣ କରିଥିଲେ ! ସ୍ଵର୍ଗତ ବରାଡଙ୍କ ପୁତ୍ର ପବିତ୍ର ଇନ୍ଦ୍ରଜିତ ଧନ୍ୟବାଦ ଅର୍ପଣ କରିଥିଲେ !

ଅଧିକ ପଢନ୍ତୁ

kc ads