ହଟିବ କି କାଠ ଓ କୋଇଲା ଚୁଲା କଟକଣା, ସଂଧ୍ୟାରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବରେ ରନ୍ଧନ ଗ୍ୟାସ୍ ସଙ୍କଟ ଦେଖାଦେଇଛି । ଗ୍ୟାସ୍ ସଙ୍କଟ ଯୋଗୁଁ ରୋଷେଇ ଘରେ, ହୋଟେଲ, ରେଷ୍ଟୁରାଣ୍ଟରେ ଏହାର ପ୍ରଭାବ ଧିରେ ଧିରେ ପରିଲକ୍ଷିତ ହେଲାଣି । ରାଜଧାନୀରୁ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟିବ । ଏନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବ୍ୟବସାୟୀମାନେ କାଠ ଓ କୋଇଲା ଚୁଲା ଜାଳିପାରିବେ । ସଂଧ୍ୟା ବୈଠକରେ ନିଆଯିବ ଚୂଡାନ୍ତ ନିଷ୍ପତ୍ତି । ତୈଳ ଦର ବୃଦ୍ଧି ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ଯାଏଁ । ସବୁ ସମସ୍ୟା ଦେଖାଯାଉଛି । ଏବେ ଗ୍ରାହକ ବୈଦ୍ୟୁତିକ ଉପକରଣ ମୁହାଁ ହେଉଛନ୍ତି ।ଗ୍ୟାସ୍ ସଙ୍କଟ ଟଳିବା ପର୍ଯ୍ୟନ୍ତ ସାମୟିକ ଭାବେ କାଠ ଓ କୋଇଲା ଚୁଲି ଜାଳିବା ନେଇ ଅନୁମତି ଦେବ ବିଏମ୍ସି । ଗ୍ୟାସ୍ ସଙ୍କଟ ଯୋଗୁ ଗରିବ କ୍ଷୁଦ୍ର ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣ ପାଇଁ ରାଜଧାନୀରେ କାଠ ଓ କୋଇଲା ଚୁଲା ନେଇ ବାରଣ ସହ ଜାଳିଲେ ଫାଇନ୍ ଆଦାୟ କରୁଥିଲା ବିଏମ୍‌ସି

ଅଧିକ ପଢନ୍ତୁ