ହଠାତ୍‌ ବିଗିଡିଲା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ , ହସ୍ପିଟାଲରେ ହେଲେ ଭର୍ତ୍ତି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗିଡ଼ି ଯାଇଛି। ଯେଉଁଥି ପାଇଁ ତାଙ୍କୁ ଶିମଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସୋନିଆଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥ ହେବାର କାରଣ କ’ଣ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ସୋନିଆ ଛୁଟି କାଟିବାକୁ ଚାରବ୍ରାସ୍ଥିତ ଝିଅ ପ୍ରିୟଙ୍କାଙ୍କ ଘରକୁ ୩ ଦିନ ତଳେ ଯାଇଥିଲେ। ତେବେ ହସ୍ପିଟାଲ ପ୍ରଶାସନ ଅନୁସାରେ, ତାଙ୍କର ସ୍ୱତନ୍ତ୍ର ଅନୁଧ୍ୟାନ କରାଯାଉଛି। ରୋଗର କାରଣ ସଠିକ୍‌ ଭାବେ ଜାଣିବା ପାଇଁ ତାଙ୍କର ଏମଆରଆଇ ସହ ଅନ୍ୟ ଆବଶ୍ୟକୀୟ ପରୀକ୍ଷା କରାଯାଉଛି। ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଗାମୀ ଚିକିତ୍ସା ଜନିତ କାର୍ଯ୍ୟ ସ୍ଥିର କରାଯିବ ।

ଅଧିକ ପଢନ୍ତୁ

kc ads