ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ହବିଷ୍ୟାଳିଙ୍କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ହବିଷ୍ୟାଳିଙ୍କ ପାଇଁ ପୁରୀରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଯେପରି ମା ମାନଙ୍କ କୌଣସି ଅସୁବିଧା ହେବ ନାହିଁ ସେ ନେଇ ବ୍ୟବସ୍ଥା କରାଯାଇଛି ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଏହା ମଧ୍ୟ କହିଛନ୍ତି ଯେ ତର୍ଜମା ଏବଂ ସମୀକ୍ଷା କରାଯାଇଛି । ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି । କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ। ହବିଷ୍ୟାଳିଙ୍କ ଦର୍ଶନ ସାରି କିପରି ଘରକୁ ଫେରିବେ ତାହାର ଦାୟିତ୍ୱ ସରକାର ନେବେ। କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital