ହଳଦୀ ମିଶା କ୍ଷୀର ଶରୀର ପାଇଁ କେତେ ଉପକାରୀ ତାହା ଜାଣନ୍ତୁ

ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଆପଣ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ । କାରଣ କ୍ଷୀରରେ କ୍ୟାଲ୍‌ସିୟମ୍‌ ରହୁଥିବାରୁ ଏହା ଅସ୍ଥିକୁ ମଜଭୁତ୍‌ କରିଥାଏ। ହଳଦୀ ମିଶା କ୍ଷୀର ପିଇଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।ଯଦି ଶରୀରର କୌଣସି ଅଂଶ ଖଣ୍ଡିଆ ହୋଇଯାଏ, ସାଙ୍ଗେସାଙ୍ଗେ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ଆରାମ ଲାଗିଥାଏ।

ଏହା ଖଣ୍ଡିଆକୁ ଶୀଘ୍ର ଶୁଖିବାରେ ସାହାଯ୍ୟ କରିଥାଏ। କୁହାଯାଏ, ନିୟମିତ କ୍ଷୀର ପିଇଲେ ତ୍ୱଚାରେ ପ୍ରାକୃତିକ ଚମକ୍‌ ଆସିଥାଏ। ଆଉ ଯଦି କ୍ଷୀରରେ ସାମାନ୍ୟ ହଳଦୀ ମିଶାଇ ନିୟମିତ ପିଆଯାଏ, ତା’ହେଲେ ତ୍ୱଚା ଜନିତ ସମସ୍ୟା ଯଥା: ଇନ୍‌ଫେକ୍ସନ୍‌, ତ୍ୱଚା କୁଣ୍ଡାଇହେବା, ବ୍ରଣ ଆଦି ସମସ୍ୟା ଧୀରେ ଧୀରେ ଠିକ୍‌ ହୋଇଯାଏ। ଯଦ୍ଦ୍ବାରା ତ୍ୱଚା ସଫା, ସୁସ୍ଥ ଆଉ ଚମକ୍‌ଦାର ମଧ୍ୟ ଦେଖାଯାଇଥାଏ।

ଅଧିକ ପଢନ୍ତୁ