ମୟୂରଭଞ୍ଜ ଖୁଣ୍ଟା ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ।ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍ । ଖେଳ ସମୟରେ ହଷ୍ଟେଲର ୩ ଜଣ ସପ୍ତମ ଶ୍ରେଣୀ ଛାତ୍ର ହଷ୍ଟେଲ ପଛ ପାଖରେ ଖେଳୁଥିବାରୁ ତାଙ୍କ ଉପରେ ନିର୍ଯାତନା ହୋଇଛି।ଖବର ଅନୁଯାୟୀ, ୩ ଜଣ ସପ୍ତମ ଶ୍ରେଣୀ ଅନ୍ତେବାସୀଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ହଷ୍ଟେଲ ବାହାରେ ଦୀର୍ଘ ସମୟ ଧରି ଆଣ୍ଠେଇ ଦେଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଛି। ହଷ୍ଟେଲର ସମସ୍ତ ଅନ୍ତେବାସୀ ଙ୍କ ସାମ୍ନାରେ ୩ ଛାତ୍ର ଙ୍କୁ ଦୀର୍ଘ ସମୟ ଧରି ଆଣ୍ଠେଇ ଦିଆଯାଇଛି। ଏପରିକି ସେହି ଆଣ୍ଠେଇଥିବା ଛାତ୍ର ମାନଙ୍କୁ ପଚାରିବାରୁ ସେମାନଙ୍କୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ଏହି ଦଣ୍ଡ ଦେଇଥିବା କହିଛନ୍ତି। ତେବେ ଭିଡିଓ ଦେଖି ରାତିରେ ବିଦ୍ୟାଳୟ ପହଂଚିଥିବା ଅଭିଭାବକ ଙ୍କୁ ପିଲା କହିଛନ୍ତି ସାଙ୍ଘାତିକ କଥା। ୩ ଜଣ ନୁହେଁ ବରଂ ୮ ରୁ ୯ ଜଣ ଛାତ୍ର ଙ୍କୁ ହଷ୍ଟେଲରେ ଆଣ୍ଠେଇ ଦେବା ସହିତ ମାଡ଼ ମାରିଥିଲେ ନବମ ଶ୍ରେଣୀ ଛାତ୍ର। ପୂର୍ବରୁ ମଧ୍ୟ ଏହିପରି ଘଟଣା ଘଟିଛି ବୋଲି ଅଭିଭାବକଙ୍କୁ ଛାତ୍ରମାନେ କହିଛନ୍ତି।
